ପହଳିର ଗହଳି

 

 

 

 

 

 

 

 

 

 

ପହଳିର ଗହଳି

ଦାଶ ବେନହୁର

 

ପ୍ରାଗ୍‍ ଭାଷା

 

ଢଗଢମାଳି ସାଙ୍ଗକୁ ଶିଶୁ ମନୋରଞ୍ଜକ ବହୁ ଗୀତିଭରା ରୂଢ଼ି, ପହଳି ଆମ ସାମାଜିକ ଜନଜୀବନକୁ କାହିଁ କେଉଁ ଆଦିମ ସମୟରୁ କବଳିତ କରି ରଖିଛି । ତେବେ ସମୟାନୁକ୍ରମେ ଆମ ଗତିବିଧି, ଜୀବନ ଚଳଣିରେ ଯଥେଷ୍ଟ ପରିବର୍ତ୍ତନ ଦେଖାଦେଇଛି । ଆଧୁନିକ ସମୟ ଓ ଅତୀତ ମଧ୍ୟରେ ଯେଉଁ ବ୍ୟବଧାନ, ତା’ରି ପ୍ରାମାଣିକ ତଥ୍ୟ ଦେବାର ଆବଶ୍ୟକତା ଆଜି ଆଉ ଦରକାର ପଡ଼ୁନି, କାରଣ ଏ ସମ୍ପର୍କରେ ପ୍ରାୟ ଲୋକେ ଊଣାଅଧିକେ ସଚେତନ । ତେବେ ଗୋଟିଏ କଥା ସୁସ୍ପଷ୍ଟ ସାହିତ୍ୟ, ସଂସ୍କୃତି ଓ ତାକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଶତ ଶତ ଗଳ୍ପ, କବିତା ତଥା ଲୋକ ଗାଥା ଯାହା ଲୋକଙ୍କ ଓଠରୁ ଝରି ଆସିଛି ଶତାବ୍ଦୀ ବ୍ୟାପି, ତାକୁ ଅର୍ଥନୈତିକ ଉତ୍ପାଦନ ପଦ୍ଧତିଠୁ ଅଲଗା ରଖାଯାଇ ପାରିବ ନାହିଁ । ଉଦାହରଣ ସ୍ଵରୂପ ଏଇ ପୁସ୍ତିକାରେ ବର୍ଣ୍ଣିତ ‘ଢପ୍ ଢପର ବୁଢ଼ୀ, ଥଣ୍ଟ ବୁଡ଼େଇ ଗାତ ଭିତରେ ଗାଆଁ ଘରେ ଥାଏ ପଡ଼ି, ଏଇ ପହଳିର ଉତ୍ତର ‘ଢିଙ୍କି’ ବୋଲି ଗ୍ରାମୀଣ ଚାଷୀ ଘରର ପିଲାଟିଏ ଯେମିତି ଚଟାପଟ କହିପାରିବ, ହୁଏତ କୌଣସି ଏକ ସହରର ସମ୍ରାନ୍ତ ବଂଶୀୟ ପିଲା ପାଖରୁ ଏତେ ସହଜରେ ଏହାରି ଉତ୍ତର ନ ମିଳିପାରେ । ସେ ଯାହା ହେଉ, ଶତାବ୍ଦୀ ଶତାବ୍ଦୀ ଧରି ଗଡ଼ି ଆସିଥିବା କାହାଣୀମାଳା, ଯେଉଁଠି ଅନ୍ଧାର ସାଙ୍ଗକୁ ଚିରଗୁଣୀ ଆଲୁଅ, ଗାଈଗୋଠ, ପୋଖରୀ ମଝିର ଦୀପଦଣ୍ଡୀ, ଚାଚେରୀ ଘଣ୍ଟ, ରାସ, ଝୁଲଣ, ଶିଳ ଶିଳପୁଆ, ଦୀପରୁଖା, କୁମ୍ଭାର ହାଣ୍ଡି, ମାଠିଆ, ଶଗଡ଼ିଆ, ସାଧବ ଝିଅ ଭଳି ଦୃଶ୍ୟପଟ ବରାବର ଉଙ୍କି ମାରୁଥିଲେ, ସେମାନେ ଆଜିର ସହରୀ ଜୀବନର ବିଗ୍‌ବଜାର, ମଲ୍‍, ରେସ୍ତୋରାଁ, ପାର୍କ, ମଲ୍‍ଟିପ୍ଲେକ୍ସ ଆଗରେ ସମାନ ଭାଗରେ ତାଙ୍କ ଅସ୍ତିତ୍ୱ ବଜାୟ ରଖିପାରିବେ ତ ? କହିବା ବାହୁଲ୍ୟ ଏ ଢଗଢମାଳି, ରୂଢ଼ି ଆଧୁନିକତାର ପ୍ରେକ୍ଷାପଟରେ ତାଙ୍କ ପୁରୁଣା ପୋଷାକ ଆଡ଼େଇ ନୂଆଁ ପୋଷାକ ପିନ୍ଧିବାକୁ ନିର୍ଜୀବ ହେଲେ ବି ଅଧିକ ଚାହିଁବେ । ଏଇ ସମୟୋପଯୋଗୀ ଆହ୍ୱାନର ମୁକାବିଲା ପାଇଁ ଯଶସ୍ୱୀ ଶିଶୁ ସାହିତ୍ୟିକ ଦାଶ ବେନହୁର ‘ପହଳିର ଗହଳି’ ଭଳି ରସୋତ୍ତୀର୍ଣ୍ଣ ସୃଷ୍ଟି ମାଧ୍ୟମରେ ଆଗେଇ ଆସିଛନ୍ତି । ଏଥିରେ ସନ୍ନିବେଶିତ ତିନି ଶତ ପାଖାପାଖି ପହଳି ଓଡ଼ିଆ ଜାଣିଥିବା, ବୁଝୁଥିବା ପିଲାମାନଙ୍କ ପାଇଁ ହସ, କୌତୁକଭରା ଶିକ୍ଷଣୀୟ ବିଷୟ ହେବ । ଏଠି ସ୍ଵର୍ଗତ ଚକ୍ରଧର ମହାପାତ୍ରଙ୍କ କଥାଟିଏ ମନେପଡ଼ୁଛି, ‘ଯେଉଁଠି ଶ୍ରମ, ସେଇଠି ଗୀତ’ ।

 

ଆଜିର ବିଦ୍ୟାଳୟଗାମୀ ଛାତ୍ର କିମ୍ବା ଛାତ୍ରୀଟିଏ, ପାଠ୍ୟକ୍ରମରେ କେଉଁଭଳି ଗଳଦ୍‍ଘର୍ମ, ସେ କଥା କାହାକୁ ଅଛପା ନାହିଁ । ତଥାପି ଆଶା ରଖୁଚି, ଦାଶ ବେନହୁରଙ୍କ ଏହି ପହଳି ମାଳା ତାଙ୍କ ସକାଶେ ନିର୍ଧୁମ୍‍ ଖରାବେଳେ ଝାଳ ବହୁଥିବା ଶରୀରକୁ ସୁଲୁସୁଲିଆ ପବନ ଭଳି ଶୀତଳତା ଆଣିଦେବ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ପ୍ରକାଶିତ ଏହି ପୁସ୍ତକଟି ଶିଶୁ-ସାହିତ୍ୟ ମାର୍ଗରେ ଏକ ମାଇଲ୍‍ଖୁଣ୍ଟି ଭଳି କାର୍ଯ୍ୟକରୁ, ଏହାହିଁ କାମନା ।

 

ଅଶ୍ୱିନୀ କୁମାର ମିଶ୍ର ସଚିବ,

ଓଡ଼ିଶା ସାହିତ୍ୟ ଏକାଡେମୀ

 

କଥା ପଦେ

 

ହେତୁ ହେବା ପରଠାରୁ ପିଲାଟିଏ ପ୍ରଶ୍ନ ସହିତ ଯୋଡ଼ି ହୋଇଯାଏ । ଦରୋଟି ଭାଷାରେ ସେ ଆରମ୍ଭ କରେ ‘‘ଏତା କନ’’ ? ପ୍ରଶ୍ନ ମାଧ୍ୟମରେ ଦୁନିଆକୁ ଚିହ୍ନିବା ଓ ବୁଝିବା ଲାଗି ସେ ଚେଷ୍ଟା କରେ ତାହା ହିଁ ବୋଧହୁଏ ଶୈଶବର ପ୍ରାଥମିକ ଅଧିକାର, ଜାଣିବାର ଦାବି– ‘‘ଏଟା କ'ଣ-?’’

 

ପ୍ରଶ୍ନ, ଯେ କୌଣସି ପିଲାର ସର୍ବଶ୍ରେଷ୍ଠ ସର୍ଜନାତ୍ମକ ପଦକ୍ଷେପ । ସେ ପ୍ରଶ୍ନ ପଚାରେ ଓ ତା’ର ଉତ୍ତର ଖୋଜେ। ପ୍ରଶ୍ନର ଉତ୍ତର ସବୁବେଳେ ସେ ପାଏ ସେ କଥା ନୁହେଁ, ମାତ୍ର ପ୍ରଶ୍ନ ମାଧ୍ୟମରେ କେତେବେଳେ ଜିନିଷଟି ସହିତ ପୁଣି କେତେବେଳେ ଘଟନାଟି ସହିତ ସେ ଯୋଡ଼ି ହୋଇଯାଏ । ଗୋଟିଏ ଫୁଲ ବା ଫଳକୁ ଦେଖି ଯେତେବେଳେ ଏଟା କ’ଣ ବୋଲି ପଚାରେ, ସେତେବେଳେ ବସ୍ତୁଟି ସହିତ ସେ ପରିଚିତ ହୁଏ ଓ ସଙ୍ଗେ ସଙ୍ଗେ ସମ୍ପର୍କିତ ବି ହୁଏ । ସେଇ ପ୍ରକ୍ରିୟା ଧୀରେ ଧୀରେ ତାକୁ ସାମାଜିକ, ସାଂସାରିକ ପୁଣି ମାନବିକ କରେ । ସେ ଦୁନିଆକୁ ଚିହ୍ନ । ମଣିଷ ହୁଏ ।

 

ତେଣୁ ପିଲାମାନଙ୍କ ସକାଶେ ପ୍ରଶ୍ନ ଜରୁରି । ପ୍ରଶ୍ନ ସବୁବେଳେ ରଚନାତ୍ମକ । ପିଲାମାନଙ୍କୁ ପ୍ରଶ୍ନ ପଚାରିବାକୁ ସୁଯୋଗ ନ ଦେବା ହିଁ ସବୁଠାରୁ ବଡ଼ ବାଳ-ଅପରାଧ । ଏ କଥା ଆଜି ନୁହେଁ, କେଉଁକାଳୁ ଆମ ସମାଜର ହୃଦ୍‍ଗତ ହୋଇଛି । ସେଇଥିପାଇଁ ପ୍ରହେଳିକା ମାଧ୍ୟମରେ ସେମାନଙ୍କୁ ପ୍ରଶ୍ନ ପାରଗ କରିବାର ଚେଷ୍ଟା ଆମ ସମାଜରେ ବହୁପୁରାତନ କାଳରୁ ଅଛି । ପ୍ରହେଳିକା ଶବ୍ଦରୁ ହିନ୍ଦୀରେ ‘ପହେଲି’ ଏବଂ ଓଡ଼ିଆରେ ‘ପହଳି’ ଶବ୍ଦର ସୃଷ୍ଟି । ଏହାର ଗାଁ-ଗହଳି ନାମଟି ହେଲା ‘ନାଁ ଦିଆ’ । ସମ୍ବଲପୁର ଅଞ୍ଚଳରେ ତା’କୁ କହନ୍ତି ‘ଭେଖାନି’ । କେହି କେହି ପହଳିକୁ ‘ଢଗ’ ବା ‘ଢେଗ’ ବୋଲି କହିଥାନ୍ତି । ଗଞ୍ଜାମ ଅଞ୍ଚଳରେ ‘ଢେଗ’ ଶବ୍ଦଟି ବେଶ୍ ପ୍ରଚଳିତ । ମାତ୍ର ପହଳି ‘ଢଗ’ ନୁହେ । ‘ଢଗ’ ଏକ ରୂଢ଼ି ପ୍ରୟୋଗ । ଢଗରେ ଥାଏ ଏକ ସୂକ୍ଷ୍ମ ଅଥଚ ତୀର୍ଯ୍ୟକ୍‍ ଭାବାର୍ଥ । ଯେମିତି, ‘ଛେଳିଗୋଡ଼ରେ ପାଳ ମକଚି ହୁଏନି’, ଅର୍ଥାତ୍‍ ‘ଅଯୋଗ୍ୟଠାରୁ ଭଲକାମ ଆଶା କରିବା ବୃଥା’ । ଢଗରେ ପ୍ରଶ୍ନ ନଥାଏ । ସେମିତି ‘ଢମାଳି’ । ‘ଢମାଳି’ରେ ତୀର୍ଯ୍ୟକ୍ ଭାବାର୍ଥ ସଂଗକୁ ଥାଏ ଗୀତିମୟତା । ସେଥିରେ ଛନ୍ଦ ଆରୋପିତ । ଯେମିତି ‘ତୁଚ୍ଛାକୁ ଏତେ, ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ?’ ଅର୍ଥାତ୍ “ତୋର ଦେଖେଇହେବା ଭଳି କିଛି ନାହିଁ କିନ୍ତୁ ତୁ ବିକଳ ହେଉଛୁ’’ ।

 

‘ପହଳି’, ଢଗ ବା ଢମାଳିଠାରୁ ଅଲଗା । ପହଳିରେ ତୀର୍ଯ୍ୟକ୍‍-ଭାବ ଅଛି, ଗୀତିମୟତା ଅଛି ପୁଣି ଗୋଟିଏ ଅଛି ପ୍ରଶ୍ନ । ଯେମିତି–“ଯାଇଥିଲି ଉତ୍ତର, ଦେଖି ଆସିଲି ଫଳ ଉପରେ ପତର’’-। ଏହାର ଅର୍ଥ ସପୁରି-

 

ପହଳିର ପ୍ରୟୋଗ ସଂସ୍କୃତ ଭାଷାରେ ବୈଦିକ ସମୟରୁ ଦେଖିବାକୁ ମିଳେ । ସେତେବେଳେ ବୟସ୍କମାନେ ମନୋରଞ୍ଜନ ପାଇଁ ସଭାମାନଙ୍କରେ ଓ ଗୋଷ୍ଠୀ ମେଳରେ ପହଳିର ଉପଯୋଗ କରୁଥିଲେ । କିନ୍ତୁ ପିଲାମାନଙ୍କୁ ଉଦ୍ଦେଶ୍ୟ କରି ପହଳିର ସଂରଚନା ଏକ ନୂଆ କଥା । ପହଳି ପିଲାମନର ପ୍ରଶ୍ନକୁ ଜାଗରିତ କରେ, ତା’ର କଳ୍ପନା ଶକ୍ତି ବଢ଼ାଏ, ଭାବଶକ୍ତିକୁ ଉନ୍ନତ କରେ ଏବଂ ତାକୁ ସାହିତ୍ୟ ଆଡ଼କୁ ଭିଡ଼େ । ପହଳିରେ ଅଛି ଗୋଟିଏ ପଦ । ଅନ୍ୟ ଅର୍ଥରେ ଏହା ପ୍ରଶ୍ନ ଥିବା ଏକ ଛୋଟ ଗୀତ ।

 

‘ପହଳି’ ପିଲାମାନଙ୍କ ଲାଗି ଖୁବ୍‍ ଉପାଦେୟ ।

 

ଏହିକଥାକୁ ମନରେ ରଖି ଏ ସଂକଳନର ପହଳିଗୁଡ଼ିକ ରଚନା କରାଯାଇଛି । ମୋର ବିଶ୍ୱାସ, ପିଲାମାନେ ତ ପହଳିକୁ ଭଲ ପାଇବେ, ବଡ଼ମାନେ ମଧ୍ୟ ଏହାର ମଜା ନେବେ । ଅନେକ ସମୟରେ ବୟସ୍କମାନେ ଯେଉଁ ଉତ୍ତର ଦେଇପାରନ୍ତିନି ପିଲାମାନେ ତାହା ଅନାୟାସରେ ସମାଧାନ କରିପାରନ୍ତି । ଆମର ଯେ “ବଡ଼ ବଡ଼ ଗଲେ ଫସର ଫାଟି, ସାନ ଆସିଛନ୍ତି ବେସର ବାଟି’’, କଥାଟି ଅଛି, ତାହା ପ୍ରକୃତରେ ସତ । ପିଲାମାନେ ଅନେକ ସମୟରେ ପହଳିକୁ ନେଇ ବେସର ବାଟି ପାରନ୍ତି । ବଡ଼ମାନେ ରହିଯାଆନ୍ତି ପଛରେ ।

 

ଦାଶ ବେନହୁର

 

ନଦ ନଦୀ ଭରା

 

ଇଲାକାଟିଏ,

 

ସଡ଼କ ସହର

 

ତହିଁରେ ଥାଏ,

 

ମୋଡ଼ିମାଡ଼ି ଦେଲେ

 

ଚଉତି ହୁଏ,

 

ନାଆଁଟି ତାହାର

 

କହିବ କିଏ ?

।।୧।।

 

 

ନିଆଁ ଦିପି ଦିପି

 

ଗଛରେ ବସେ,

 

ଟିକି ଡେଣା ମେଲି

 

ହେଇଲୁ ଖସେ ।

।।୨।।

 

 

ଗେଡ଼ା ଗୋସେଇଁ,

 

କେତେ କଥା କରେ

 

ମୁଣ୍ଡେ ବସେଇ,

 

ଗୋସେଇଁ କି ଲାଗେ

 

ଭୋକ ଜବର,

 

 

 

 

 

ପେଟେ ଭରି ଖାଏ

 

କାଠ ପତର ।

।।୩।।

 

 

ଘରେ ରହିଛନ୍ତି

 

ତିନିଜଣ,

 

ଧୀର, ଅତିଧୀର

 

ଦୁଇଜଣ,

 

ଆଉ ଜଣେ ତରତର;

 

କିଏ ସେ କହିବ

 

ଘରର ନାମ

 

ନିତି ତା’ର କାରବାର ।

।।୪।।

 

 

ରସ ସୁରୁ ସୁରୁ

 

ମିଠା ସୁରୁ ସୁରୁ

 

ଦିଶଇ ହଳଦି ନାଲି;

 

ମୋଡ଼େଇ ଫଳଟି

 

ଖାଇଲେ ଥରଟେ

 

ଆହୁରି ମାଗିବ କାଲି ।

।।୫।।

 

 

 

 

 

 

ଶରତେ ଫୁଟେ,

 

ଭୂଇଁରେ ଲୋଟେ

 

ଫୁରୁଫୁରୁ ତାର ବାସ;

 

ରାତିରେ ହସେ,

 

ସକାଳେ ଖସେ

 

କିଏ ସେ ତୋଳିବ ଆସ ।

।।୬।।

 

 

ଭୂଇଁରେ ଜନମି

 

ଟେକିଲି ଚୂଳ,

 

ଉପାଡ଼ିଲ ମତେ

 

ଚୂଳରୁ ମୂଳ,

 

ଦେହ ବଗ ପରି ଧଳା;

 

ଖଣ୍ଡ ଖଣ୍ଡ ଦେହ

 

ଛଡ଼େଇ ପାର

 

ନୁହେଁ ମୁଁ ପିଆଜ, ମୂଳା ।

।।୭।।

 

 

ଭିତରେ ଭର

 

କାନକୁ ଧର,

 

ଓଠ ପାଖେ ନେଇ

 

ହାଜର କର ।

।।୮।।

 

 

ଜଗନ୍ନାଥଙ୍କର

 

ନବ କଳେବର

 

ଯୋଡ଼ା ଆଷାଢ଼ରେ ପଡ଼େ,

 

ସେ କେଉଁ ଦେବତା

 

ଆପଣାକୁ ଆପେ

 

ତିରିଶ ଦିନରେ ଗଢ଼େ ।

।।୯।।

 

 

ଢପ୍‌ ଢପର ବୁଢ଼ୀ

 

ଥଣ୍ଟ ବୁଡ଼େଇ

 

ଗାତ ଭିତରେ

 

ଗାଆଁ ଘରେ ଥାଏ ପଡ଼ି ।

।।୧୦।।

 

 

ଯାଇଥିଲି ମୁହିଁ ବଜାର ବୁଲି

 

କାଠି ଗୋଟେ ଥିଲି କିଣି,

 

କାଗଜକୁ ଦେଖି ଧାଇଁଲା ସିଏ

 

ମନ ମୋର ନେଲା ଜିଣି ।

।।୧୧।।

 

 

ଚିପ୍‌ ଚିପିଆ

 

ସିକ୍‌ ସିକିଆ

 

ବଡ଼ ଦରକାରୀ ଦରବ,

 

କାଠରୁ କାଗଜ

 

କରଇ ମେଳ

 

ପ୍ଲାଷ୍ଟିକ୍‌ ଓଗେର ସରବ ।

।।୧୨।।

 

 

ଓଳି ତଳେ ଫୁଟେ ଫୁଲ,

 

ଟୁପ୍‌ ଟାପର

 

ହେଇଲେ ହଜେ

 

କିଏ ଦେବ ତାର ମୂଲ ।

।।୧୩।।

 

 

ପରିବା ନୁହେଁ କି

 

ଆଇଁଷ ନୁହେଁ

 

ହାଣ୍ଡିଶାଳେ ଯାଇ ପଶେ,

 

ସେଥିରୁ ଚୁମକେ

 

ନ ଥିଲେ କହ

 

ରାନ୍ଧାଣାକୁ କିଏ ରସେ ।

।।୧୪।।

 

 

ହାତରେ ଆସେ,

 

ଚଉତି ହୋଇ ସେ

 

ପକେଟେ ପଶେ

 

କିଏ କେବେ ତାକୁ

 

ଅଣ୍ଟାରେ ଖୋସେ

 

ହାତକୁ ମୁହଁକୁ

 

ପୋଛି ଦିଏ ସେ

 

କହ କିଏ ସେ ?

।।୧୫।।

 

 

ଅସ୍ଥିର ଗତି,

 

ତରକା ଅତି,

 

ବାସରେ, କେଶରେ

 

ବଳାଏ ମତି

 

ଘର ନାହିଁ ଡେଣା

 

ହଲାଏ ନିତି ।

।।୧୬।।

 

 

ଦିଆସିଲି ନୁହେଁ

 

ନୁହଁଇ ଡିବା,

 

ଗୁଣଗ୍ରାମ ତାର

 

କିସ କହିବା,

 

କଥା, ଛବି, ଲେଖା

 

ରଖିଛି ବନ୍ଦୀ

 

ଅଦେଖା ଜାଲରେ

 

ରହିଛି ଛନ୍ଦି ।

।।୧୭।।

 

 

ଏଡ଼େ କପାଳକୁ

 

ଏଡ଼ିକି ଟିପା,

 

ଦେହ ଗୋଟା ସାରା

 

ରୁପେଲି ଲିପା ।

।।୧୮।।

 

 

ବାଟ ଚାଲୁଥାଏ

 

ଲୁହାର ଧାରେ,

 

ଗାଆଁରୁ ସହର

 

ଯାଇ ସେ ପାରେ,

 

ଚାଲି ଯାଉ ଯାଉ

 

ଶୁଷୁରି ମାରେ ।

।।୧୯।।

 

 

ଘର ଚିଜ ହୋଇ

 

ବାହାରେ ଥାଏ,

 

ଦିଫାଳିଆ ଦେହ

 

ଗୋଟାଏ ହୁଏ ।

।।୨୦।।

 

 

ଚକ ବଡ଼ ବଡ଼

 

କ୍ଷେତକୁ ଯାଏ,

 

 

 

 

 

ଚାଷ ବାସ କରେ

 

ଶଗଡ଼ ନୁହେଁ ।

।।୨୧।।

 

 

ବାକ୍‌ସ ଝୁଲୁଛି ବାହାରେ,

 

ଖବର ଅନ୍ତର

 

ଆସିଲେ ରଖେ

 

ନ କହଇ କଥା କାହାରେ ।

।।୨୨।।

 

 

ଚାରି ଗୋଡ଼ିଆର

 

ଉପରେ ବସ,

 

ଦୁଇ ହାତ ତାର

 

ନାଆଁଟି କିସ ?

।।୨୩।।

 

 

ଛାତରେ ହୋଇଛି ଠିଆ,

 

ଘର ସାରା ଯୋଡ଼ି

 

ନାଡ଼, ନଳିକା

 

କରୁଥାଏ ଦିଆନିଆ ।

।।୨୪।।

 

 

ନିଆଁ ରହିଥାଏ

 

ନିସ୍ତେଜ ହୋଇ,

 

ଧୂଆଁ ନେଉଥାଏ

 

ମନକୁ ମୋହି ।

।।୨୫।।

 

 

ବିଚିତ୍ର ଜୀବ ସେ

 

ଗୋଡ଼ରେ କଣ୍ଟା,

 

ଉଚ୍ଚେ ଡାକ ଦିଏ

 

ନଚାଇ ଅଣ୍ଟା

 

ନ ପାହୁ ରାତି;

 

ଉଠ ଉଠ କହି

 

ଉଠଇ ମାତି ।

।।୨୬।।

 

 

ମୂଷା ସେ ନୁହଇ

 

କାଗଜ କାଟେ

 

ଆଙ୍ଗୁଠିରେ ପଶି

 

ସଳଖ ବାଟେ ।

।।୨୭।।

 

 

ନିତି ଘଷା ମଜା

 

ନିଇତି ଧୁଆ,

 

ରୋଷେଇ ସକାଶେ

 

ପହିଲେ ଥୁଆ,

 

କେତେ ରୂପ କେତେ ଜାତି;

 

କିଏ ଦିଶେ ବଡ଼

 

ଅଜା ପରିକା

 

କିଏ ଦିଶେ ଅବା ନାତି ।

।।୨୮।।

 

 

ଆଇଲା ଆଇଲା

 

ଆସିଲା ମାଡ଼ି,

 

ଘେରିଗଲା ଘର

 

ଗହୀର ବାଡ଼ି,

 

ହରିନେଲା ସବୁ ସୁଖ;

 

ଘରେ ପଶି ସବୁ

 

ଘୋଷାଡ଼ି ନେଲା

 

ଦେଇଗଲା କେତେ ଦୁଃଖ ।

।।୨୯।।

 

 

ଯନ୍ତର ନାଇଁ କି

 

ଜାଳେଣି ନାଇଁ,

 

ବିନା ଚକରେ ସେ

 

ଗତି କରଇ,

 

ଚଉଦିଗେ ଯାଏ ମାଡ଼ି;

 

କା’ ପାଇଁ ଜୀବିକା

 

କା’ ପାଇଁ ସାହା

 

ଲୋଡ଼ଇ ବାଉଁଶ ବାଡ଼ି ।

।।୩୦।।

 

 

ପାଣି ସାଉଁ ସାଉଁ ହେଉଛି,

 

ଛଳ ଛଳ କରି

 

ଖେଳୁଛି ସିଏ

 

ନିତି ପାରି କରି ନେଉଛି ।

।।୩୧।।

 

 

ଦେହରେ ପିନ୍ଧିଲେ ପିନ୍ଧା,

 

ମୁଣ୍ଡରେ ବାନ୍ଧିଲେ ବନ୍ଧା,

 

ଅଣ୍ଟାରେ ଭିଡ଼ିଲେ

 

କମର ବନ୍ଧ

 

ଜନଜୀବନରେ ଛନ୍ଦା ।

।।୩୨।।

 

 

ଏଠି ସେଠି ଯୋଡ଼ା ଦରବ,

 

ତା’ ପାଇଁକି ଘରେ

 

ପବନ, ପାଣି

 

ଆଲୁଅ, ରୋଶଣି ସରବ ।

।।୩୩।।

 

 

ରଙ୍ଗ ମଦ୍ୟ ପରି

 

ନୁହଁଇ ମଦ,

 

ଭରି ରହିଥାଏ

 

ରହିଲେ ମୁଦ,

 

ନ ହେଲେ ଯାଏ ସେ ଉଡ଼ି,

 

ଉଡ଼ିଗଲେ ଭାଇ

 

କାନ୍ଦିବ ବସି

 

ଅଚଳ ହୋଇବ ଗାଡ଼ି ।

।।୩୪।।

 

 

ଗୋଟିଏ ଚିଜକୁ ବାଇଶି ଜଣ,

 

ଧରନ୍ତି, ପିଟନ୍ତି, କାହିଁରେ କଣ,

 

ବିଚିତ୍ର ବେଭାର ଭାଇ;

 

ଗହଗହ କେତେ

 

ଦେଖଣାହାରି

 

ପିଟଣା ଦେଖିବା ପାଇଁ ।

।।୩୫।।

 

 

କେତେ ମୁଁ ଧାଇଁଲି

 

ଗଡ଼ିଲି ପଡ଼ିଲି

 

ଗାଇଲି ଅବୁଝା ଗୀତ,

 

ଜୀବ ଜଗତର

 

ଜୀବନ ପରା ମୁଁ

 

କରଇ ଜଗତ ହିତ ।

।। ୩୬।।

 

 

ଏଇଠି ସେଇଠି

 

ରହିଛି ପୂରି

 

କେହି ଦେଖେ ନାହିଁ ମତେ,

 

ସବୁ ଥିଲେ ଥାଉ

 

ନ ଥିଲେ ମୁହିଁ

 

ପ୍ରାଣୀର ଜୀବନ ଫତେ ।

।।୩୭।।

 

 

ସାରା ଜଗତ ମୁଁ

 

ଆବୋରି ଥାଏ,

 

ମୋ ଦେହେ ଜଙ୍ଗଲ

 

ଜୀବନ ପାଏ,

 

ଯିଏ ମତେ ଯେତେ

 

କମଣି କରେ,

 

ଅମଳ ତାହାର

 

ମନକୁ ହରେ ।

।।୩୮।।

 

 

ଚାନ୍ଦୁଆ ବିଛେଇ

 

ରହିଛି ମୁହିଁ,

 

 

 

 

 

ମୋର ସୀମା କେହି

 

ନ ପାରେ ଛୁଇଁ ।

।।୩୯।।

 

 

ଧଳା ବଳଦର

 

ଶୁଭିଲେ ଘଣ୍ଟି,

 

କଳା ବଳଦର

 

ଛାଆଁକୁ ଛୁଟି ।

।।୪୦।।

 

 

ଦିନରେ ହଜେ ମୁଁ

 

ସକାଳେ ଦିଶେ,

 

ଘାସରେ, ପତରେ

 

ହୀରା ପରଷେ ।

।।୪୧।।

 

 

ଧୂଆଁ ମୁଁ ବିଛାଏ

 

ନ ଥାଇ ନିଆଁ,

 

ଖରା ମୋ ଦେହରେ

 

ଲଗାଏ ଚିଆଁ ।

।।୪୨।।

 

 

ଟ୍ରାନ୍‌ଜିଷ୍ଟର କି

 

ଟର୍‌ଚ ନୁହେଁ

 

ସାଥୀରେ ଯାଇ ସେ

 

ବ୍ୟାଟେରି ଖାଏ;

 

ଆଲୁଅ ଜଳାଏ

 

କଥାଟି କହେ

 

କହ ଭାଇ କହ

 

କିଏ ସେ ସିଏ ?

।।୪୩।।

 

 

ଥିଏଟର କରେ

 

କାନ୍ଥରେ ବସି,

 

ଦେଖିଲେ ପିଲାଏ

 

ଦିଅନ୍ତି ହସି ।

।।୪୪।।

 

 

ବହି ଖଣ୍ଡେ ପରି

 

ସାଙ୍ଗରେ ଗଲା

 

ଦୁନିଆଟା ସାରା

 

ଭାବ ଯୋଡ଼ିଲା;

 

ଲେଖିଲା, ଗାଇଲା

 

ଦେଲା ଶିଖାଇ,

 

ଟିପ ଛୁଆଁଇଲେ

 

ଦେଲା ଦେଖାଇ ।

।।୪୫।।

 

 

 

 

 

 

ଶିଳ, ଶିଳପୁଆ

 

କୁଆଡ଼େ ଗଲେ

 

ହଜେଇ ଦେଲେଣି ନାମ,

 

ଜଣେ କିଏ ଆସି

 

ଲାଞ୍ଜକୁ ଯୋଡ଼ି

 

କରୁଛି ତାଙ୍କରି କାମ ।

।।୪୬।।

 

 

ବାକ୍‌ସ ଗୋଟିକ

 

ଦେଖିଛ କିରେ,

 

ମରୁଭୂମିରେ ବି

 

ବରଫ କରେ ।

।।୪୭।।

 

 

ଧୋବା ବସି ଘରେ ଘରେ,

 

କଚାକଚି କରି

 

ଶୁଖେଇ ଦିଏ

 

ଟିପିଦେଲ ତାକୁ ଥରେ ।

।।୪୮।।

 

 

କାନ୍ଥରେ ବସେ

 

କାନ୍ଥରେ ଝୁଲେ

 

ଶିରାରେ ଶକତି ଟାଣେ,

 

ଘରକୁ କରଇ

 

ଥଣ୍ଡା ଗରମ

 

ନିଦାଘେ ହେମାଳ ଆଣେ ।

।।୪୯।।

 

 

ଫସଲ ଫଳିଚି

 

ଧୋବିଲା କଳା

 

ଫୁଲ ଫଳ କିଛି ନାଇଁ,

 

ବଢ଼ି ଚାଲିଥାଏ

 

ନିତି ଦିବସେ

 

କେଉଁ ଚିଜ କହ ଭାଇ ?

।।୫୦।।

 

 

ଏ ବେଳେ ନାଲି

 

ସେ ବେଳେ ନାଲି,

 

ନିତି ଯାଇ ସିଏ

 

ଆସିବ କାଲି ।

।।୫୧।।

 

 

ମଣିଷ ତିଆରି ଦରବ,

 

କେତେ ଆଡ଼େ କେତେ

 

ରୂପ ତାହାର

 

ମୁଣ୍ଡେ ବସି କରେ ଗରବ ।

।।୫୨।।

 

 

ବରଷା ମାସେ

 

କାହୁଁ ସେ ଆସେ,

 

ନାଲିବିନ୍ଦି ପରି

 

ଭୂଇଁରେ ଦିଶେ ।

।।୫୩।।

 

 

ପାଣି ଜୀବ ତାର

 

ପାଣିରେ ଖେଳ

 

ଗୋଡ଼ ଏଡ଼େ ଏଡ଼େ

 

ମୁଣ୍ଡରେ ମଳ ।

।।୫୪।।

 

 

ଦେହ କଣ୍ଟା କଣ୍ଟା

 

ଭିତରେ ରସ,

 

ମଞ୍ଜି ସାଲୁବାଲୁ

 

ନାଆଁଟି କିସ ।

।।୫୫।।

 

 

ଜୀବ ନୁହେଁ ତାର

 

ନାକଟେ ଥାଏ,

 

ଚୋବେଇ ଶୋଷୋଡ଼ି

 

ମଣିଷ ଖାଏ ।

।।୫୬।।

 

 

 

 

 

 

କଳରେ ପଶେ;

 

କାଳି ବୋଳି ହୋଇ

 

ପଦାକୁ ଆସେ,

 

ନ କହେ କଥା

 

ବୁଲିବୁଲି ଦିଏ

 

କେତେ ବାରତା ।

।।୫୭।।

 

 

ଟିକି ଡିବାର ମଜା:

 

ଛବି ଦେଖୁଚି

 

ଗୀତ ଶୁଣୁଚି

 

କଥା କହୁଛି ଅଜା ।

।।୫୮।।

 

 

ନାଲି ଦରବ,

 

ଜୀଇଁ ଥାଉ ଥାଉ

 

ଲୋଡ଼ା ସରବ

 

କରିଲେ ଦାନ,

 

ଭରିଯାଏ ଆପେ

 

ମହତ ପୁଣ୍ୟ ।

।।୫୯।।

 

 

 

 

 

 

ଚାଲି ଚାଲି ଗଲି

 

ପିଇଲି ନାଲି,

 

ସନ୍ଧିରେ ନିବାସ

 

ଖୋଜିବ କାଲି ।

।।୬୦।।

 

 

ଢାଙ୍କୁଣି ବୋଲିକା

 

କହୁଚ ସିନା,

 

କେତେ ବଡ଼ ବୋଲି

 

କାହାକୁ ଜଣା,

 

ଉପରେ ଥାଏ;

 

ଏପଟୁ ସେପଟ ଆଖି ନ ପାଏ ।

।।୬୧।।

 

 

ଦଶ ମାସ କାଳ

 

ଡାଳରେ ରହି

 

ପଡ଼ିଲି ଯେବେ ମୁଁ ତଳେ,

 

ମତେ ନେଇ ତୁମେ

 

ଘରକୁ ଗଲ

 

ପଣା ପାଇଁ ମନ ବଳେ ।

।।୬୨।।

 

 

 

 

 

 

କଳା ଦେହେ ଧଳା

 

ଛିଟରେ ମଣିଷ

 

ସାବଧାନେ ଥିବୁ ରହି,

 

ଦିନରେ ଦଂଶି ମୁଁ

 

ଜୀବନ ନିଏ

 

ଡେଣାବାଲା ଜୀବ ମୁହିଁ ।

।।୬୩।।

 

 

ହଜାର ହଜାର

 

ଗାଈଙ୍କୁ ତଡ଼ି,

 

ଗୁହାଳ ଚିପୁଡ଼ି

 

ଭରିଛି ଘଡ଼ି ।

।।୬୪।।

 

 

ଦେହ ଖାଡ଼ି ଖାଡ଼ି

 

ମଝିରେ ବେଣ୍ଟ,

 

ଖରା, ବରଷାରେ

 

ଦେଖାଏ ଆଣ୍ଟ ।

।।୬୫।।

 

 

ଗଛଟି ନହକା

 

ପତର ସରୁ,

 

ଶାଗଙ୍କ ମେଳରେ

 

ଟିକୁଏ ଗରୁ

 

ଫଳଟି ତାହାର ସାପ;

 

ବେସର, ସନ୍ତୁଳା

 

ଭଜାକୁ ରଜା

 

ନାଆଁଟି କହରେ ବାପ ।

।।୬୬।।

 

 

ଗଛ ଲାଗିଥିଲା

 

ଫଳିବା ପାଇଁ,

 

ଫଳିଲା ନାଳୁଆ

 

ଝଡ଼ିଲା ନାଇଁ ।

।।୬୭।।

 

 

ଦଶ ଶିର ତାର

 

ନୁହେଁ ରାବଣ,

 

ବୁଢ଼ା ହୋଇଗଲେ

 

ନୁହେଁ କାରଣ ।

।।୬୮।।

 

 

ପାଞ୍ଚଟି କାଠିରେ

 

ଭିତରେ ପଶେ,

 

ବତିଶ ହାତୁଡ଼ି

 

ପାହାର ବସେ ।

।।୬୯।।

 

 

ଜନମେ ମଧୁର

 

ବୟସେ ଖଟା,

 

ମନ୍ଥି ଦେଲେ ମିଳେ

 

ସାର ଚିକିଟା ।

।।୭୦।।

 

 

କାଠି ଖଣ୍ଡେ ଖଣ୍ଡେ

 

ପୋତିଲି ଯତନେ

 

ସିଆରେ ଢାଳିଲି ପାଣି,

 

ଆଖିରୁ ଆଖିରୁ

 

ପିଲ ମେଲିଗଲା

 

ପତୁରି ଉଠିଲା ଜାଣି,

 

ମିଠାରେ ଭରିଲା ଦେହ;

 

କିଆରି ଭରତି

 

ଭେଣ୍ଡିଆ-ମର୍ଦ୍ଦନ

 

ଗଛର ନାଆଁଟି କହ ?

।।୭୧।।

 

 

ଖଣିରୁ ସିଏ ଆସେ,

 

କାଠ ଖୋଳରେ ପଶେ,

 

ସେଇଠୁ ଦେଖେଇ ମୁହଁ,

 

ଲେଖାଲେଖି କରେ

 

ଛବି ବି ଆଙ୍କେ

 

ନାମଟି ତାହାର କୁହ ।

।।୭୨।।

 

 

ଏପଟେ ଆସି

 

ସେପଟେ ଖସେ,

 

ଗଲେ ଅଇଲେ

 

ନାଲିଆ ହସେ ।

।।୭୩।।

 

 

ଦେଇଛ ଯେବେ,

 

ଯିବି ନାହିଁ ଛାଡ଼ି

 

ତୁମକୁ କେବେ ।

।।୭୪।।

 

 

ଯିଏ କହିବ,

 

ସିଏ ପାରିବ,

 

କହରେ ଏବେ ପିଲେ,

 

ସାରା ଜୀବନ

 

ଭିତରେ ପଶି

 

ମୁଣ୍ଡରେ କିଏ ଚାଲେ ।

।।୭୫।।

 

 

ପାଞ୍ଚଜଣ ଗଲେ

 

ମଶାଣି ପଦା

 

ବରଷା ଆସିଲା ଧାଇଁ,

 

ଚାରିଜଣ ସିନା

 

ହୋଇଲେ ଓଦା

 

ଜଣିଏ ଭିଜିଲା ନାଇଁ ।

।।୭୬।।

 

 

ଯେତେ ଯାଉଥିଲେ ଆଗକୁ,

 

ହଳହଳ କେତେ

 

ତିଆରି ହୋଇ

 

ରହି ଯାଉଥିଲେ ପଛକୁ ।

।।୭୭।।

 

 

ଭାଇ ନାହିଁ ମୋର

 

ଭଉଣୀ ନାହିଁ

 

କହିବି ଗୋଟିଏ କଥା,

 

ଏଇ ଲୋକଟିର

 

ବାପଟି ଜାଣ

 

ମୋହରି ପୁଅର ପିତା ।

।।୭୮।।

 

 

ବାନ୍ଧିବୁନ୍ଧି ଦେଲେ

 

ବଢ଼ିଆ ଧାଏଁ,

 

 

 

 

 

ଖୋଲିଦେଲେ କିନ୍ତୁ

 

ମଠେଇ ରହେ ।

।।୭୯।।

 

 

ଚାରିପଟେ ସିନା

 

ରହିଛି ଘେରି

 

ଲୁଗା ବି କପଡ଼ା ନୁହେଁ,

 

ଗଛକୁ ଦେଖିଲେ

 

ପାରିବ ଜାଣି

 

ତଳରୁ ଉପର ଛୁଏଁ ।

।।୮୦।।

 

 

ଜନମ ହେଲେ ସେ

 

ଉପରେ ଯାଏ,

 

ବାପଟି ତାହାର

 

ତଳରେ ଥାଏ ।

।।୮୧।।

 

 

ଗାଡ଼ି ଚାଲିଲେ ସେ

 

ସାଙ୍ଗରେ ଥାଏ,

 

ଯେଉଁଆଡ଼େ ଗଲେ

 

ସଙ୍ଗରେ ଯାଏ,

 

ଜାଳେଣି ନୁହେଁ ସେ

 

ଚାଳକ ନୁହଁ

 

ଅଦେଖା ଦରବ

 

ନାମଟା କହ ।

।।୮୨।।

 

 

କାଠର ଜାଳେଣି

 

ଘରକୁ ନେଲି,

 

ପୋଷପୋଷ କରି

 

ଚୁଲିରେ ଦେଲି ।

।।୮୩।।

 

 

ପାଟିରେ ଧରିଲେ

 

ନାମ କାହାର,

 

ଭାଙ୍ଗିଦେଲ ବୋଲି

 

ହେଲା ପ୍ରଚାର ।

।।୮୪।।

 

 

ଦେହରୁ ତାହାର

 

ଯେତେ ଛିଡ଼ିବ,

 

ଆକାର ତାହାର

 

ସେତେ ବଢ଼ିବ ।

।।୮୫।।

 

 

 

 

 

 

ଦୁଇ ଭାଇ ଦୁଇ

 

କଡ଼ରେ ଥାଇ,

 

କେହି କାହାରିକୁ

 

ଭେଟନ୍ତି ନାଇଁ ।

।।୮୬।।

 

 

ଦେହ କଣା କଣା

 

କେଉଁ ଦରବ,

 

ପାଣି ଶୋଷି ନେଇ

 

ଦେହେ ଭରିବ ?

।।୮୭।।

 

 

ନାଲି ରଙ୍ଗ ଧରି

 

ପାଣିରେ ପଶେ,

 

କଳା ସାଜି ପୁଣି

 

ପଦାକୁ ଆସେ ।

।।୮୮।।

 

 

ଶିଙ୍ଘ ଅଛି ତାର

 

ବଳଦ ନୁହେଁ,

 

ଗଧ ନୁହେଁ ସିନା

 

ଲଦନ ବୁହେ,

 

ଯେଣେ ଯାଏ ତେଣେ

 

ଚମକେ ଗାର,

 

କିଏ କହିଦେବ

 

ନାଆଁଟି ତାର ।

।।୮୯।।

 

 

କେଉଁଠି ଥାଏ

 

ଦେଖା ନଯାଏ

 

ନାହିଁ ତା କାନ ମୁହଁ,

 

ତୁମ କଥାକୁ

 

ଦୋହରାଏ ସେ

 

ନାମଟା ତାର କୁହ ।

।।୯୦।।

 

 

ତିନି ରୂପ ତାର

 

ଜାଣିଛ କିଏ,

 

ବେଳକେ ଅଚଳ

 

ବେଳକେ ଧାଏଁ,

 

କେତେବେଳେ ପୁଣି

 

ଗରମେ ମରେ,

 

ଆକାଶକୁ ଯାଇ

 

ଆକାର ଧରେ ।

।।୯୧।।

 

 

କହରେ ଭାଇ

 

କେବଣ ପେଡ଼ିର

 

ଚାବିଟି ନାଇଁ ।

 

ପେଡ଼ି ଏମିତି,

 

ପେଡ଼ିର ଭିତରେ

 

କାଠି ଭରତି ।

।।୯୨।।

 

 

ଗ୍ରାମ ବୋଲି ସିନା

 

ଲାଗିଛି ତହିଁ,

 

କହ କେଉଁ ଗ୍ରାମେ

 

ବସତି ନାହିଁ ।

।।୯୩।।

 

 

କହରେ ବଗା,

 

ଅଭିଲା କଥାକୁ

 

କାମ ଅବାଗା,

 

କେବେ ନର ପିନ୍ଧେ

 

ନାରୀର ଲୁଗା ।

।।୯୪।।

 

 

ମାଡ଼ ଖାଉଥିବ ଯେତେ,

 

କଥା କହୁଥିବ ସେତେ ।

।।୯୫।।

 

 

ମଣିଷ ଯେବେ ଜନମ ହୁଏ

 

କେଉଁ ଅଙ୍ଗଟି ତାର,

 

କହିଲ ଦେଖି ପ୍ରଥମ କରି

 

କରଇ କାରବାର ।

।।୯୬।।

 

 

ମଣିଷ ଜନମ

 

ଶେଯରେ ଶୁଏ,

 

ଅପର ହାତରୁ

 

ଶୋଇ କି ଖାଏ ।

।।୯୭।।

 

 

ଖାଇବା କଥା ଶୁଣରେ ଭାଇ

 

ଅଜବ ଆମ ଭାଷା,

 

ଖାଇଲେ କାନ୍ଦୁ କେଉଁ କଥାଟି

 

ମିଳଇ ଲୋକହସା ।

।।୯୮।।

 

 

ଅଠା ଭୁରୁଭୁରୁ

 

ଉଠଇ ଧୂଆଁ,

 

ବାସ ଚହଟଇ

 

ବୁଲାଏ ଭୁଆଁ ।

।।୯୯।।

 

 

 

 

 

 

ଆବୁଡ଼ା ଖାବୁଡ଼ା

 

ଲମ୍ବୁରା ଦେହ

 

ପାଚିଲେ ଭିତର ନାଲି,

 

ଏମିତି ପିତା ଯେ

 

ଖାଇଲେ ଆଜି

 

ନାହିଁ କରିଦେବ କାଲି ।

।।୧୦୦।।

 

 

ଲିପାଲିପି ବେଳେ

 

ଲୋଡ଼ିଲ ତାକୁ

 

ଲୋଡ଼ିଲ ଜାଳିବା ପାଇଁ,

 

କେତେବେଳେ ପୁଣି

 

ଜମିରେ ଦେଲ

 

ଫସଲ ଆଗରୁ ଯାଇ ।

।।୧୦୧।।

 

 

ଝାଳ ଗରମ ଖରା ଗରମ

 

କିଏ ସେ କୁଆଡ଼େ ନେଲା,

 

ଅନ୍ଧାର ଘୋଟେଇ

 

କରିଲା ରଡ଼ି

 

ଛାତିରେ ଛନକା ଦେଲା ।

।।୧୦୨।।

 

 

ବୃକ୍ଷ ସେ ନୁହଁଇ

 

ନୁହଁଇ ଲତା,

 

ଦିଅଁପରି ବସେ

 

ସବୁରି ହତା,

 

ଏଡ଼େ ସେ ଗୁଣର ଜଣେ,

 

ନିତି ପାଣିଢଳା

 

ମୁଣ୍ଡିଆ ମରା

 

ମଣିଷ ଦେବତା ମଣେ ।

।।୧୦୩।।

 

 

ନିତି ପୂଜା ବେଳେ

 

କହ ତ କିଏ,

 

ହାତେ ହଲିହଲି

 

ଡାକ ପକାଏ ।

।।୧୦୪।।

 

 

ଗୋଟିଏ ପିଠାରେ

 

ଅଜସ୍ର କଣା,

 

ଟୁଆଁଟୁଇଁ ହେଲେ

 

ତା’ ପାଇଁ ବଣା ।

।।୧୦୫।।

 

 

 

 

 

 

ସୁନା ସକାଳରେ

 

କଦମ୍ବ ଫୁଟିଲା

 

ସହସ୍ର ପାଖୁଡ଼ା ମେଲି,

 

ବେଳ ରତରତ

 

ମଉଳିଗଲା ଲୋ

 

ଅନ୍ଧାର ଆସିଲା ଠେଲି ।

।।୧୦୬।।

 

 

ରୁପା ତରଳେଇ

 

କିଏ ସେ ଢାଳିଲା

 

ପାହାଡ଼ ପନ୍ତାର ନଈ,

 

ମାସେ ଗଲା ବୋଲି

 

ପିଲା ପାଟିକଲେ

 

ଅନ୍ଧାରେ ଫୁଟିଲା ଖଇ ।

।।୧୦୭।।

 

 

ଧଳା ଚିକିଚିକି

 

ଆକାଶ ଫଳ,

 

ଆପେ ବୋହିଯାଏ

 

ଛୁଇଁଲେ ତଳ ।

।।୧୦୮।।

 

 

 

 

 

 

ହସ କି ହାଲୋଳ

 

ଜଣା ନ ପଡ଼ଇ

 

ଚଉଦିଗ ଯାଏ ଥରି,

 

କ୍ଷଣକରେ ଆସି

 

କେଣେ ଚାଲିଯାଏ

 

ଛାତିରେ ଛନକା ଭରି ।

।।୧୦୯।।

 

 

ରାତିର କୁଆଁରୀ

 

ରାତିରେ ଆସେ,

 

ସକାଳ ପାହିଲେ

 

ଥିଇରି ଖସେ ।

।।୧୧୦।।

 

 

କଳା ବାଘ ଯେବେ

 

ହେଣ୍ଟାଳି ଆସେ ଲୋ

 

ବନଭୂଇଁ ସଡ଼ସଡ଼,

 

ଗଛରୁ ବୁରୁଛ

 

ଗାଧୋଇ ପଡ଼ନ୍ତି

 

ବାଘ ଡାକେ ଘଡ଼ଘଡ଼ ।

।।୧୧୧।।

 

 

 

 

 

 

ଧନୁ ପଡ଼ିଅଛି

 

ବିନ୍ଧାଣୀ ନାହିଁ,

 

ତୀର କି ତୂଣୀର

 

ନ ଦିଶେ କାହିଁ ।

।।୧୧୨।।

 

 

ଫୁଲ ଫୁଟିଅଛି

 

ଅଖଳ ମଖଳ

 

ଡେମ୍ଫ କି ପାଖୁଡ଼ା ନାଇଁ,

 

ଡାଳ କି ପତର

 

କିଛି ନ ଦିଶଇ

 

ତୋଳିବାକୁ ପୁଅ କାଇଁ ?

।।୧୧୩।।

 

 

ଆୟତକ୍ଷେତ୍ରର ଆକାର,

 

ଛାତିରେ ଘୋଷାରି

 

ଆପଣା ପୁତା

 

ଛେଚା ବଟା କରେ ସାକାର ।

।।୧୧୪।।

 

 

ଘିରିଘିରିଘିରି ଘିରେଇ,

 

ପଥର ମଝିରେ

 

 

 

 

 

କାଠର କିଳା

 

ରଗଡ଼ି ଓକାଳେ ଝିରେଇ ।

।।୧୧୫।।

 

 

ମାଆ ଭୂଷୁକୁଣ୍ଡୀ

 

ପୁଅ ମୂଷଳ

 

ମଣିଷ ହାତକୁ ତକା,

 

ଘୂରେଇ ଘୂରେଇ

 

ମୁହଁ ପାକୁଆ

 

ପିଠାପିଠି ପାଇଁ ଡକା ।

।।୧୧୬।।

 

 

ହାଆସୁ ହାସୁକୁ ପତର,

 

ତାପଡ଼ ତାପଡ଼

 

ଆଙ୍ଗୁଠି ଡାକ

 

ଚଷୁଯାକ ଛିନ୍‌ଛତର ।

।।୧୧୭।।

 

 

ପକ୍ଷୀ ଦୁଇ ତାର

 

ଧପଡ଼ ଲାଞ୍ଜ

 

ଥଣ୍ଟଟା ଗୋଟାଳ ଗରୁ,

 

ଗାଡ଼ରେ ମକଚେ

 

 

 

 

 

ପୂରାଇ ମୁହଁ

 

ଛେଚି କରେ ଝୁରୁଝୁରୁ ।

।।୧୧୮।।

 

 

ଉପରେ ଉପରେ

 

ରହିବେ ବଡ଼

 

ସାନ ଗିଳିଯିବେ ତଳକୁ,

 

ଏମନ୍ତ ବେଭାର

 

କରଇ ସିଏ

 

ଖଟାଇ ଆପଣା ବଳକୁ ।

।।୧୧୯।।

 

 

ମୁହଁରେ ତାହାର

 

ଖାଲି ବିବର

 

ଦେହଟି ଗୋଟିଏ ନାଡ଼,

 

ପିଠା ଖାଇବାକୁ

 

କରିଛ ମନ

 

ଝଅଟ ତାହାକୁ କାଢ଼ ।

।।୧୨୦।।

 

 

ଧଅ ବୋଲିଦେଲେ ଜାବୁଡ଼ି ଧରେ

 

ଛାଆଡ଼୍‌ କହିଲେ ଛାଡ଼େ,

 

 

 

 

 

ଡହଡହ ନିଆଁ ଖାତର ନାଇଁ

 

ଖଞ୍ଜରେ ଚୁଲିରୁ କାଢ଼େ ।

।।୧୨୧।।

 

 

ଶରତେ ଫୁଟଇ

 

ଚଅଁର ଫେଇ

 

ପତର ନାଇଁ କି

 

ପାଖୁଡ଼ା ନାଇଁ

 

ରୁପା ଚିକି ଚିକି ରୂପ;

 

ଲାଗଇ ସତେକି

 

ବଡ଼ି ସକାଳୁ

 

ବାଢ଼ୁଚି ଜଣାଣ ଧୂପ ।

।। ୧୨୨।।

 

 

ଘଡ଼ି ଚାଲେ ଟକ୍‌ ଟକ୍‌,

 

ଆଉ କେଉଁ ଘଡ଼ି

 

ଦେହରେ ଥାଇ

 

ଚାଲିଥାଏ ଧକ୍‌ ଧକ୍‌।

।।୧୨୩।।

 

 

ଜିଅନ୍ତା ଦେହରେ

 

ଫୋଡମ୍‌ ଫୋଡ଼ା,

 

 

 

 

 

ଦାମୀ ଚିଜ ପାଇଁ

 

ଆସ୍ଥାନ ଗଢ଼ା ।

।।୧୨୪।।

 

 

ଉତ୍ତର ଗଲି ଦକ୍ଷିଣ ଗଲି

 

ଶୁଣିଲି ତାଙ୍କର ନାମ,

 

ମାଆ ପୁଅ ଦୁହେଁ ଲଙ୍ଗଳା ହୋଇ

 

କରୁଛନ୍ତି ଘର କାମ।

।।୧୨୫।।

 

 

ପାଣି ପାଣି ଦେହ

 

ନାଆଁକୁ ଏତେ,

 

ମହକ ବିତରେ

 

କେଜାଣି କେତେ ।

।।୧୨୬।।

 

 

ସୁନା ପରି ରଙ୍ଗ

 

କହିଲ କିଏ,

 

ଖରା ବାଜିଗଲେ

 

ଉଭାନ ହୁଏ ?

।।୧୨୭।।

 

 

ସହଜ ହଜମ ପାଇଁକି କହ

 

ଗୋଡ଼ି ଖାଏ କେଉଁ ଜୀବ

 

ଜଙ୍ଗଲରେ ଦେଖା ନ ଦିଏ ହେଲେ

 

ଦେଉଳରେ ନିଶ୍ଚେ ଥିବ ।

।।୧୨୮।।

 

 

ଅଧରେ ତାହାର

 

ସିନ୍ଦୂର ହସ

 

ଅତି ମନୋହର

 

ସୁଗନ୍ଧ ବାସ

 

ପାଖୁଡ଼ା ପାଖୁଡ଼ା

 

କୋମଳ ତନୁ

 

କଣ୍ଟା କଣ୍ଟା ଦେହେ

 

ଉଦୟ ଭାନୁ ।

।।୧୨୯।।

 

 

ଅଧରେ ଖେଳାଏ

 

ତୁଷାର ହସ

 

ଧବଳ ଶରୀର

 

ପୁଷ୍ପ ବିଶେଷ

 

ସବୁଜ ବୃନ୍ତରେ

 

ସୁନ୍ଦର ବନ୍ଧୁ

 

 

 

 

 

କଣ୍ଟକ ମେଳରେ

 

ପୂର୍ଣ୍ଣିମା ଇନ୍ଦୁ ।

।।୧୩୦।।

 

 

ନିର୍ଜୀବ ଧରିଛି ଜୀବକୁ,

 

ଜୀବ ଛଟପଟ

 

ହୁଏ ଯିବାକୁ ।

।।୧୩୧।।

 

 

ଉଠିଲା ପୂର୍ବରୁ

 

ଭରିଲା ଭୂଇଁ,

 

ସଜାଗ ସଂସାର

 

ତାହାରି ପାଇଁ ।

।।୧୩୨।।

 

 

ଧୋବଲା ଗଛର ଧାଡ଼ି;

 

କୋଦା କଅଁଳିଆ

 

ଶୋଇଛି ସେଠି

 

ମଝି ଜାଗାଟିକୁ ମାଡ଼ି ।

।।୧୩୩।।

 

 

ଆଖି ନ ଥିବା

 

ପାଇକ ଗଲା,

 

କଅଁଳ ମୁହଁରେ

 

ମାଟି ଖୋଳିଲା ।

।।୧୩୪।।

 

 

ଅତି ବଡ଼ ହେଲେ ଆଣ୍ଠିଏ;

 

ତିନି ମୁଣ୍ଡ ତାର

 

ପେଟରେ ନିଆଁ

 

କାଠ, କୁଟା ଖାଏ ଗାଣ୍ଠିଏ ।

।।୧୩୫।।

 

 

ପାଣିରୁ ଜନମ

 

ଶରୀର ଧଳା

 

କହି ନ ପାରିଲେ

 

ଅଖିଆ ପଳା ।

।।୧୩୬।।

 

 

ଘରେ ଘରେ ଅଛି

 

କୋତରି ଠୁରି,

 

ସଞ୍ଚ କରୁଥାଏ

 

ଘର ସବୁରି ।

।।୧୩୭।।

 

 

ଖସର ଖସର କିଆଁ;

 

କାମ ସରିଗଲେ

 

କଣଠେସିଆ

 

କବାଟ କଣରେ ଠିଆ ।

।।୧୩୮।।

 

 

ମୁଣ୍ଡଟିଏ ତାର

 

ତିନୋଟି ଆଖି

 

ଝୁଲୁଛି ପତର ବନରେ,

 

ଖସେଇ ତଳକୁ

 

ଫଟେଇ ତାକୁ

 

କଞ୍ଚା ଖାଇବାକୁ ମନରେ ।

।।୧୩୯।।

 

 

ଆସ ମିତ ଯିବା ବାଟକୁ,

 

ଅନ୍ଧାର ମୁଲକେ

 

ଫୁଟିଛି ଫୁଲ

 

ଦେଖ ତା ଆଲୁଅ ଥାଟକୁ ।

।।୧୪୦।।

 

 

ଦୁଇ ପାଖ ତାର

 

ଦିଶେ ସମାନ

 

ଶବଦ କରଇ

 

ନାଦ ପ୍ରମାଣ ।

।।୧୪୧।।

 

 

ସରୁ ସରୁ ତନ୍ତୁ

 

ବେଣ୍ଟି ବେଣ୍ଟିଆ

 

ଘର ଝୁଲିଅଛି ଉପରେ,

 

ଘରବାଲାଙ୍କର

 

ଖାତର ନାଇଁ

 

ଝୁଲନ୍ତି ବରଷା ଧୂପରେ ।

।।୧୪୨।।

 

 

ବାରଣ୍ଡାରେ ବସେ ବୁଢୀ,

 

ମୁଗ, ବିରି, ଚଣା

 

ରଗଡୁ ଥାଏ

 

ସତେକି ଖାଉଛି ମୁଢି ।

।।୧୪୩।।

 

 

ଡିମ୍ବ ଝୁଲୁଥାଏ ଡାଳରେ,

 

କେଶର ନାହିଁ ତା’

 

ନୁହେଁ ଫଟରା

 

ଖସି ପଡ଼େନା ସେ ତଳରେ ।

।।୧୪୪।।

 

 

ନାଥେ,

 

ଗଛରେ ଦିଶୁଛ ହାତେ,

 

କୁନି ପୁଅର ତ

 

ପାଚିଲା ବାଳ

 

ତୁମର ବୟସ କେତେ ?

।।୧୪୫।।

 

 

 

 

 

 

ନିଆଁ ନଥାଇ

 

ଆଲୁଅ ଦିଶେ,

 

ହେଇ ଦେଖାଦେଇ

 

ଅନ୍ଧାରେ ମିଶେ ।

।।୧୪୬।।

 

 

ସଙ୍ଗରେ ଗଲି,

 

ମୁହଁ ଖୋଲିଲି,

 

ପାଠପଢ଼ା ପୁଣି

 

କେତେ ଶୁଣିଲି,

 

ଘଣ୍ଟି ବାଜିବାରୁ

 

ମୁହଁ ମୁଦାହୋଇ

 

ଫେରି ଆସିଲି ।

।।୧୪୭।।

 

 

ପଟେ ଆଣିଥିଲି

 

ଯତନେ ଭାରି,

 

ଫୋପାଡ଼ି ଦେଲି ମୁଁ

 

ଦି ପଟ କରି ।

।।୧୪୮।।

 

 

ଚାରିପଟେ ବନ୍ଧ

 

ତୁଠ ନଥାଇ,

 

ପାଣି ଖଳ ଖଳ

 

ମାଛଟେ ନାଇଁ ।

।।୧୪୯।।

 

 

ପଗଡ଼ି ନ ହୋଇ

 

ମୁଣ୍ଡରେ ବସେ,

 

ବାଘ ସିଂହ ନୁହେଁ

 

ରକତ ଶୋଷେ ।

।।୧୫୦।।

 

 

ବସି ଘୂରୁଥାଏ

 

ଘିରିଘିରିକା,

 

ଚିଜ ଗଢ଼ୁଥାଏ

 

ଜାତି ଜାତିକା ।

।।୧୫୧।।

 

 

ଚାରିଗୋଡ଼ ତାର

 

ନପାରେ ଚାଲି,

 

ଦୁଇ ହାତ ସିନା

 

ନପାରେ ଖୋଲି ।

।।୧୫୨।।

 

 

ଛୁଞ୍ଚିମୁନ ଦେହ

 

ପତରଧାରୀ

 

କାଣ୍ଡକୁ ବିଛାଏ

 

ଭୂଇଁରେ ପାରି

 

ଫଳ ଫୁଲ ନାଇଁ

 

ଶୋଭା ସୁନ୍ଦର

 

ପୁନିଅଁ ପରବେ

 

ବଡ଼ ଆଦର ।

।।୧୫୩।।

 

 

ଚାରିଗୋଟି ଭାଇ ସେଠି

 

ଧରିଛନ୍ତି ବାଡ଼,

 

ଉପରେ ଶେଯ ସୁପାତି

 

ପାଇଁକି ପହଡ଼ ।

।।୧୫୪।।

 

 

ପାପୁଲି ପରି

 

ପୋଖରୀଟିଏ

 

ନାହିଁ ଦୀପଦଣ୍ଡି,

 

ଫଣା ଉଞ୍ଚେଇ

 

ଶୋଇଛି ସାପ

 

ପାଣି ଭିତରେ ଗଣ୍ଡି ।

।।୧୫୫।।

 

 

ତିନି ପରବତ

 

ଯୋଡ଼ିଆଯୋଡ଼ି

 

ଗୋଟିଏ ଅଛି ମୁହଁ,

 

ଯାହା ପଶିଲେ

 

ପାଉଁଶ ହୁଏ

 

ନାଆଁଟି ତାର କୁହ ।

।।୧୫୬।।

 

 

ଦୁଇଭାଇଙ୍କର

 

ଦିପଟେ ଘର,

 

ସୁଖରେ ଦୁଃଖରେ

 

ବୁହାନ୍ତି ନୀର ।

।।୧୫୭।।

 

 

ବାପା ବାଙ୍କି ଯାଇ

 

ଧରିଛି ପୁଅ,

 

ନାତି ଡାକ ଛାଡ଼େ

 

ସଜିଲ୍‌ ହୁଅ ।

।।୧୫୮।।

 

 

ଗୋଟିଏ ଫଳରେ

 

ତିନୋଟି କୋଲା

 

ସାଜଥିଲେ କୋଲା

 

ନରମ ଥୋଲା

 

ମଧୁର ତାହାର ପାଣି;

 

ଶସ ପୁଣି କେତେ

 

କଅଁଳ ମିଠା

 

ଖାଇଲେ ପାରିବ ଜାଣି ।

।।୧୫୯।।

 

 

ନାଗବଲ୍ଲୀ ବୋଲି

 

ନାଆଁଟି ତାର

 

ସଭିଏଁ ଜାଣନ୍ତି ଭାଇ,

 

ମସଲା ମିଶେଇ

 

ଖାଇଲେ ତାକୁ

 

ମାରିବ ନାଲିଆ ହାଇ ।

।।୧୬୦।।

 

 

ଧୋବ ଫିରି ଫିରି

 

ପାଖୁଡ଼ା କେତେ

 

କିଏ ସେ ଫୁଟଇ କହ,

 

ଚଇତ ରାଣୀ ସେ

 

ବୁଦା ବୁଦୁରି

 

ବାସୁଥାଏ ମହ ମହ ।

।।୧୬୧।।

 

 

ଜୀବଜନ୍ତୁ ନୁହେଁ

 

ଡେମ୍ଫରେ ଥାଏ,

 

ବରଷ ପୂରିଲେ

 

ପାକଳ ହୁଏ ।

।।୧୬୨।।

 

 

ଖରାଦିନିଆ

 

ରୋଗରେ ଭାଇ

 

ଖରା ସହ ଯୋଡ଼ା ଜାଣ,

 

ଆକଟ ନ ମାନି

 

ହୁଡ଼ିଲ ଯଦି

 

ହଜିଯାଇ ପାରେ ପ୍ରାଣ ।

।।୧୬୩।।

 

 

ଆଠ ହାତ ତାର

 

ଏକଇ ପାଦ,

 

ଖରା ବର୍ଷା ସାଙ୍ଗେ

 

କରଇ ବାଦ ।

।।୧୬୪।।

 

 

ଗୁହାଳ ଗଲି,

 

ପହଳିର ଗହଳି

ଗାଈଯାକ ସବୁ

 

ଭଗେଇ ଦେଲି

 

ଚିପୁଡ଼ି ଚାପୁଡ଼ି

 

କ୍ଷୀର ଆଣିଲି ।

।।୧୬୫।।

 

 

ସାଗର ବୁକୁରେ

 

ନାଚୁଥାଏ ନିତି

 

ପକ୍ଷୀ କି ନଉକା ନୁହେଁ,

 

ଫଣା ଟେକି ଆସି

 

ମଥା କୋଡ଼ୁଥାଏ

 

କେଜାଣି କି କଥା କହେ ।

।।୧୬୬।।

 

 

ଗୋହିରି ଦାଣ୍ଡରେ

 

କିଏ ଚମକଇ

 

ବାସ ଉଡ଼େ ଫିରିଫିରି,

 

ଗୋରୀ କନିଆ ସେ

 

ତନୁଟି ଧାରୁଆ

 

ତୋଳିବ ଯତନ କରି ।

।।୧୬୭।।

 

 

ଦରିଆ ବାଲିରେ

 

ଜନମ ତାହାର

 

ଦେହ ଦିଶେ କାଠି କାଠି,

 

ବୁଦା ଛାଡ଼ି ଯେବେ

 

ପବନରେ ଗଡ଼େ

 

ଉଜାଣି ଉଠେ ସେ ମାତି ।

।।୧୬୮।।

 

 

ହାଣ୍ଡି ଚଡ଼ଭଡ଼

 

ବାଲି ଚଡ଼ଭଡ଼

 

ଲୁଣରେ ଗୋଳେଇ ଭାଜ,

 

ଲିଆ, ଖଇ ନୁହେଁ

 

ହୁଡ଼ୁମ ନୁହେଁ ସେ

 

ନଡ଼ିଆ ସାଙ୍ଗକୁ ସାଜ ।

।।୧୬୯।।

 

 

ମାଆ ସିନା ସିଏ

 

ନିଶ ଠିଆ ଠିଆ

 

ପଟାପଟା ସାରା ଦେହ,

 

ଚିଡ଼ିଆ ଖାନାରେ

 

ଦେଖିଲେ ବି ତାକୁ

 

ସାବଧାନ ହୋଇ ରହ ।

।।୧୭୦।।

 

 

ଭୂଇଁ ନାଆଁ ତାର

 

ମାଟି ଦିଶେ ନାହିଁ

 

ସବୁଆଡ଼େ ସୁଦୁ ବାଲି,

 

ସୂରୁଜ ଉଇଁଲେ

 

 

 

 

 

ଜୁଆର ଛୁଏଁ ତା,

 

ସୁନା ସୋରିଷିଆ ପାଲି ।

।।୧୭୧।।

 

 

ନଈରେ ଚମକେ

 

ସାଗରେ ଦମକେ

 

ନାହିଁ ତାର ଗୋଡ଼ ହାତ,

 

କେମିତି ଯାଏ ସେ

 

ମଣିଷ ଧରିଲୋ

 

ନ ମାନି ଅକାତ କାତ ।

।।୧୭୨।।

 

 

ପିଠା ନୁହେଁ ତା’ର

 

ଚକା ଶରୀର,

 

ପୋଡ଼ା ଦାଗ ଦିଶେ

 

କେତେ ଜାତିର ।

 

ଚକଟି ଗଢ଼ିଲେ

 

ତିଆରି ହୁଏ,

 

ନୁଖୁରା ଦେହରେ

 

ପାଟିକି ଯାଏ ।

।।୧୭୩।।

 

 

 

 

 

 

ଚାଇଁ ଚଡ଼ ଚଡ଼

 

ହାଣ୍ଡିରେ ଫୁଟେ

 

ଲୁଣିଆ ପାଣିକୁ ମଜା,

 

ସୋରିଷ ତେଲକୁ

 

କଟା ପିଆଜ

 

ବରଷା ପାଗକୁ ମଜା ।

।।୧୭୪।।

 

 

କେବେ ପୁଚୁ ପୁଚୁ

 

ତିନିକୋଣିଆ,

 

କେତେବେଳେ ପୁଣି

 

ଚକା ଗୋଲିଆ

 

ପେଟେ ପୂର ଥାଇ

 

କେବେ ତିଆରି

 

ଖାଇବା ଲୋକର

 

ପସନ୍ଦ ଭାରି ।

।।୧୭୫।।

 

 

କ୍ଷୀର ନୁହେଁ ସିନା

 

ଉତୁରି ପଡ଼େ,

 

କିଏ ଗିନା ନିଏ

 

ମନ୍ଦା ସଜାଡ଼େ,

 

ପ୍ରୋଟିନ୍‌ ରହିଛି ଭରା;

 

କହ ନାମ ତାର

 

ବୁଝି ବିଚାରି

 

ସିଭିଏଁ ଖାଇଛ ପରା ।

।।୧୭୬।।

 

 

ଚାଇଁଆ ଥିଲେ ସେ

 

ପରୁଆ ନାହିଁ

 

ଖାଅ ଭାଇ ପେଟେ ପେଟେ,

 

ବାସି ହେଲା ଯଦି

 

ଧରିବ ଭିଡ଼ି

 

ଗଡ଼େଇ ଦେବରେ ଖଟେ ।

।।୧୭୭।।

 

 

ଲକର ଲକର

 

ଶୁଭିଲେ ଡାକ

 

ହୋଇଗଲା ବୋଲି ଜାଣ,

 

ନିଗାଡ଼ି ଯତନେ

 

ଚେକେଟା ପାତ୍ରେ

 

ଖାଇବା ପାଇଁ କି ଆଣ ।

।।୧୭୮।।

 

 

 

 

 

 

ଚାଇଁ ଭଡ଼ ଭଡ଼

 

ମଲ୍ଲୀ ଫୁଲିଆ,

 

ଖଡ଼ିକା ବାଜିଲେ ଫୁଟେ,

 

ଦୁଧରେ ପଡ଼ିଲେ

 

ତୁଳା ଲହୁଣୀ

 

ଭୋକିଲା ପାଟିକୁ ଲୁଟେ ।

।।୧୭୯।।

 

 

ଗାତ ନାହିଁ, ସାପ ଦୁଇଟା;

 

ଗୋଟିଏ ସାପକୁ

 

ପାଞ୍ଚଟା ଜିଭ

 

କିଏ ବତେଇବ ଏଇଟା ?

।।୧୮୦।।

 

 

ମାଛ ନୁହେଁ ତହିଁ

 

ଲାଗିଛି କାତି,

 

କାଟିବା କାମରେ

 

ଉଠଇ ମାତି ।

।।୧୮୧।।

 

 

ଚେଇଁଲେ ସେ କଥା

 

କୁଆଡ଼େ ଯାଏ,

 

 

 

 

 

ଶୋଇଲେ ଛଟକେ

 

ହାଜର ହୁଏ ।

।।୧୮୨।।

 

 

ମୁଦି ହୋଇ ଥାଏ

 

ନପଡ଼େ ଜଣା,

 

ଖରା ବରଷାରେ

 

ମେଲାଏ ଡେଣା ।

।।୧୮୩।।

 

 

ସାଗରେ ଜନମ

 

ପିଠିଟା କୁଜା,

 

ହିନ୍ଦୁ ଜଗତରେ

 

ପାଏ ମୁଁ ପୂଜା,

 

ହାତର ମୁଠାରେ

 

ପାରେ ମୁଁ ରହି,

 

ପବନ ପଶିଲେ

 

ଦିଏ କମ୍ପାଇ ।

।।୧୮୪।।

 

 

ଶୂନ୍ୟରେ ଫଳେ ସେ ଫଳ,

 

ଦିନରେ ଦିଥର

 

 

 

 

 

ନାଲିଆ ଧରେ

 

ଜୀବଜଗତର ମୂଳ ।

।।୧୮୫।।

 

 

ଲଙ୍ଗଳ ନୁହେଁ ସେ

 

ସିଆର ତାଡ଼େ,

 

ସଅଁ ସଅଁ ଡାକି

 

ପଙ୍କରେ ଗଡ଼େ ।

।।୧୮୬।।

 

 

କେଉଁଠି ଥାଏ

 

କେମିତି ରହେ

 

କାହିଁ ନ ପଡ଼େ ଜଣା,

 

ପର ବସାରେ

 

ଡିମ୍ବ ଦେବାକୁ

 

କରିଥାଏ ସେ ଠଣା ।

।।୧୮୭।।

 

 

ବସା ଝୁଲିଥାଏ

 

ଥୋଲିଆ ହୋଇ,

 

ପୁରୁଷଟି ଗଢ଼େ

 

ହାଲିଆ ନୋହି,

 

ବୁଣଇ ଯତନ କରି,

 

କେଉଁ ଚଢ଼େଇ ସେ

 

କହରେ ଭାଇ

 

ବାଆକୁ ନ ଯାଏ ଡରି ।

।।୧୮୮।।

 

 

କିଚିରି ମିଚିରି

 

ଶବଦ ଭରେ,

 

ବେଳଦେଖି ଧୂଳି

 

ଗାଧୁଆ କରେ ।

।।୧୮୯।।

 

 

ଅନ୍ଧାର ରଙ୍ଗିଆ

 

ଅନ୍ଧାରୁ ଆସେ,

 

ଉଡ଼ିଆସି ଘର

 

ଛାତରେ ବସେ,

 

ହୁସ୍‌ କରିଦେଲେ ଯାଏ,

 

ଅଇଣ୍ଠା କଣ୍ଟା

 

ଯାହା ପାଇଲେ

 

ଗୋଟେଇ ଗାଟେଇ ଖାଏ ।

।।୧୯୦।।

 

 

ପାଣି ଦେଖି ଠିଆ

 

ଗୋଡ଼ ବୁଡ଼େଇ

 

ଯୋଡ଼ିଥାଏ ମନମୁନ,

 

ଦେଖିଲେ ଲାଗିବ

 

ସତେକି ସିଏ

 

ଠିଆରେ କରୁଛି ଧ୍ୟାନ ।

।।୧୯୧॥

 

 

ଫୁରୁ ଉଡ଼ିଗଲେ

 

ଶବଦ ଶୁଭେ,

 

କୁର୍‌ର୍‌ କାର୍‌ର୍‌ ହୋଇ,

 

ଯୋଡ଼ିଯୋଡ଼ି ତାଙ୍କୁ

 

ଦେଖିଲେ ଜାଣ

 

ଶୁଭ ଶୁଭ ବୋଲି କହି ।

।।୧୯୨।।

 

 

ବକମ ବକମ

 

କିଏ ସେ କରେ,

 

ବେଳେବେଳେ ଗିଳେ ଗୋଡ଼ି,

 

ଆକାଶକୁ ଯାଇ

 

ଲୋଟଣି ମାରେ

 

ଫର୍‌କିନା ଯାଏ ଉଡ଼ି ।

।।୧୯୩।।

 

 

 

 

 

 

ମୁଣ୍ଡକୁ ଯାଏ,

 

ପୁଳା ପୁଳା ବାଳ

 

ଝିଙ୍କି ପକାଏ ।

।।୧୯୪।।

 

 

ଆସରେ ଯିବା,

 

ଗଛ ନାହିଁ ସେଠି

 

ଫୁଲ ଦେଖିବା ।

।।୧୯୫।।

 

 

ସାପ ନୁହେଁ ସିଏ

 

ଗୁଡ଼ାଏ ଅଣ୍ଟା,

 

ମୁହଁରେ ତାହାର

 

ଗୋଟିଏ କଣ୍ଟା ।

।।୧୯୬।।

 

 

ଜୀବଜନ୍ତୁ ନୁହେଁ

 

ଚାଲଇ ନିତି,

 

ବସି, ରହି ଯାଏ

 

ଜୀବନ ବିତି ।

।।୧୯୭।।

 

 

କଢ଼ ବଢ଼ି ବଢ଼ି

 

ଥିଇରି ଉଠେ,

 

 

 

 

 

କହ କେଉଁ ଫୁଲ

 

ମାସକେ ଫୁଟେ ।

।।୧୯୮।।

 

 

ତିଅଣ ହାଣ୍ଡିକ

 

କରିଲା ମାରା,

 

ହୁଉ ହାଆ ହେଲେ

 

ଘରଟା ସାରା ।

।।୧୯୯।।

 

 

ନିଇତି ବିଚରା ଧାଇଁଚି,

 

ପାହାଡ଼, ପନ୍ତାର

 

ପଡ଼ିଆ, ବଣ

 

ଉପର ପାଣିକି ଚାହିଁଛି ।

।।୨୦୦।।

 

 

କାଠି କୁଟା ନାଇଁ

 

କରଇ ଘର,

 

ମାଟିରେ ମାଟିରେ

 

ଭୂଇଁ ଉପର,

 

କାଠ କି କାଗଜ

 

ବିଚାର ନାଇଁ,

 

 

 

 

 

ଚରି ଚରି ଖାଏ

 

ନୂହଁଇ ଗାଈ ।

।।୨୦୧।।

 

 

ଆସିଲା ଲୋକକୁ

 

ଭିତରେ ଛାଡ଼େ

 

ଗଲା ଲୋକ ପଛେ

 

ଆଉଜି ପଡ଼େ ।

।।୨୦୨।।

 

 

ନୁହଁଇ ଫୁଲ ସେ

 

ନୁହଁଇ କୋଳି

 

ଗୋଲ୍‌ମଟୋଲ

 

ରସର ପୁଳି,

 

ନାମଟି ତାର

 

କହିବ କିଏ

 

ଫୁଲଫଳ ମିଶା

 

ନାଆଁଟି ସିଏ ।

।।୨୦୩।।

 

 

ସାଙ୍ଗସାଥୀ ନୁହେଁ

 

ମଣିଷ ନୁହେଁ

 

 

 

 

 

ହାତଧରି କିଏ

 

ସମୟ କହେ ?

।।୨୦୪।।

 

 

ନିଇତି ସକାଳେ ଦେଖା

 

ପାଟି ଖୋଲି କର

 

ସ୍ୱାଗତ ତାକୁ

 

ନୁହେଁ ସେ ସୋଦର ସଖା ।

।।୨୦୫।।

 

 

ସିଇଁଦେଲେ ଥାଳି ହୁଏ

 

ଯୋଡ଼ିଦେଲେ ଠୋଲା,

 

ଖିଆପିଆ ସରିଗଲେ

 

ଅଳିଆକୁ ଗଲା ।

।।୨୦୬।।

 

 

ଏମିତିକା ଧଳା ଦରବ,

 

ସେଇ ହୁଏ ମିଠା

 

ସେ ପୁଣି ଖଟା

 

ଲୋଡ଼ା ପଡ଼େ ପୁଣ୍ୟ ପରବ ।

।।୨୦୭।।

 

 

କିଏ କହିବ,

 

ନିତି ଘଷାମଜା

 

କେଉଁ ଦରବ

 

ଗୋଟି ଗୋଟି ଦୁଇ ଧାଡ଼ି,

 

ଯତନ ନ କଲେ

 

ଜାଣିଥା ଭାଇ

 

ସବୁଯାକ ଯିବ ପଡ଼ି ।

।।୨୦୮।।

 

 

କହ କିଏ ସେ,

 

ଫେଣ ଗଜ ଗଜ

 

ପାଟିରେ ପଶେ

 

ଲୋଡ଼ା ହୋଇଥାଏ ନିତି,

 

କେତେ ରକମର

 

କମ୍ପାନି ନାମ

 

ସଫାସଫି କାମ ରୀତି ।

।।୨୦୯।।

 

 

ଭିତରେ ପଶେ,

 

ଅସନା ଓଟାରି

 

ବାହାରି ଆସେ

 

ଧନୁପରି ହୁଏ ବଙ୍କା;

 

ନିତି ପରା ସିଏ

 

 

 

 

 

ହୁଅଇ ଲୋଡ଼ା

 

ବତାଅ ନ କରି ଶଙ୍କା ।

।।୨୧୦।।

 

 

ଏକଡ଼ ମାଜେ

 

ସେକଡ଼ ମାଜେ

 

ମାଜେ ସେ ଉପର ତଳ,

 

ମଣିଷ ଗୋଟିକେ

 

ଗୋଟିଏ ଲୋଡ଼ା

 

ନୁହେଁ ସେ ମେସିନ୍‌ କଳ।

।।୨୧୧।।

 

 

ପାଟିରେ ଘୁଷେ,

 

ସନ୍ଧି ସଫାକରି

 

ଥିଇରି ଆସେ

 

ବୁରୁଶ୍‌ ନୁହେଁରେ ଭାଇ,

 

ଦାନ୍ତକାଠି ନାଆଁ

 

ନୁହେଁ ତାହାର

 

କିଏ ସେ ପାରିବ କହି ?

।।୨୧୨।।

 

 

ବୁଢ଼ା ପାଟି ପାକୁଆକୁ,

 

ଦୁଇଧାଡ଼ି ପୁଣି

 

ସଜାଡ଼ି ଦେଲେ

 

ଶୁଭିଯାଏ ଠାକୁ ଠାକୁ ।

।।୨୧୩।।

 

 

ଗୁମ୍ଫା ଭିତରେ,

 

ଦୁଇ ଧାଡ଼ି ଖୁଣ୍ଟ

 

ବାଡ଼ ଭିତରେ

 

ବୁଲୁଚି ଓଲେଇ ଗାଈ,

 

ଆହାର ପାଇଲେ

 

ହଲି ହଲିକା

 

ଚାକୁଳି ଚାକୁଳି ଖାଇ ।

।।୨୧୪।।

 

 

ଡେଙ୍ଗା ସର ସର

 

ପତର କୁଲା

 

ତାଳ କି କଦଳୀ

 

ନୁହେଁରେ ଓଲା,

 

କେଡ଼େ ସୁଆଦିଆ

 

ମଧୁର ଫଳ

 

ଫଳ ସତେ ଅବା

 

ବେକର ମାଳ ।

।।୨୧୫।।

 

 

ଥରେ ଫଳିଗଲେ

 

ପରାଣ ଦିଏ,

 

ଫଳ ମହୁଫେଣା

 

କହ ସେ କିଏ ?

।। ୨୧୬ ।।

 

 

ହାତଗୋଡ଼ ଅଛି

 

ମଣିଷ ନୁହେଁ,

 

ଏଠାକୁ ସେଠାକୁ

 

ସହଜେ ଡିଏଁ,

 

ମୁହଁ ନାଲି ତାର

 

ପଛଟା ନାଲି,

 

ନାଚ ଦେଖେଇବ

 

ଆସନ୍ତା କାଲି ।

।।୨୧୭॥

 

 

ଅଞ୍ଜନ ନ ହୋଇ

 

ନୟନ ଭରେ,

 

ସୁଖେ, ଦୁଃଖେ ମନ

 

ହାଲୁକା କରେ ।

।।୨୧୮।।

 

 

 

 

 

 

କଣ୍ଟା ସାଲୁବାଲୁ

 

ନୁହେଁ କାଙ୍କଡ଼,

 

ଫଳଟା ଭିତରେ

 

ମଞ୍ଜି ଇଲିବିଲି

 

ଖୋଷା ଟାଣି ଭିଡ଼ି

 

ଖାଏ ମାଙ୍କଡ଼ ।

।।୨୧୯।।

 

 

ଆସିଗଲା ଶୀତ

 

କିଏରେ ମିତ

 

ସଂଜ ସକାଳରେ କିଆଁ,

 

ବେଢ଼ି ବସିବାକୁ

 

ତା’ ପାଖେ ମନ

 

ଚୁଲି ନୁହେଁ, ଜାଳେ ନିଆଁ ।

।।୨୨୦।।

 

 

ପକ୍ଷୀ ଅଛି ତାର

 

ଲାଞ୍ଜ ବି ଅଛି,

 

ଥଣ୍ଟରେ ପାହାର

 

ନିତି ପିଟୁଛି,

 

ମଣିଷ ଘରେ ସେ

 

କରିଛି ଘର,

 

ଉଠପଡ଼ ହୁଏ

 

ଥରକୁ ଥର ।

।।୨୨୧।।

 

 

ନଈ ସୁଅ ବଡ଼

 

ଖର ଭାଇମାନେ

 

ନଈ ସୁଅ ବଡ଼ ଖର,

 

ଦି ଧାରିଆ ନଈ

 

ଛୁଇଁଲେ ବିପଦ

 

ଜୀବନ ଯିବାଟି ସାର ।

।।୨୨୨।।

 

 

ଦେହେ ଘଷିହୁଏ

 

ମୁହେଁ ଘଷି ହୁଏ

 

ପିଠା ବାସେ ମହମହ,

 

ପାଣିରେ ବାଜିଲେ

 

ଉଜାଣି ଉଠଇ

 

ପିଠାର ନାଆଁଟି କହ ।

।।୨୨୩।।

 

 

ଗୋଟିକିଆ ଫୁଲ

 

ଅମୂଲ ମୂଲ

 

ଫୁଟେ ଟିକେ ଟିକେ ନିତି,

 

ପୂରା ଫୁଟିବାକୁ

 

ଜାଣିଥା ଭାଇ

 

ମାସେ କାଳ ଯାଏ ବିତି ।

।।୨୨୪।।

 

 

କ୍ଷୁର ଦୁଇଧାର ।

 

ଦୁଇପଟେ ଥାଇ

 

କରନ୍ତି କେତେ ବେଭାର,

 

କେଶରୁ କପଡ଼ା

 

କାଗଜ ଓଗେର

 

ଡାକି କଚର କଚର ।

।।୨୨୫।।

 

 

ଶୀତ ସକାଳରେ

 

କେବେ କେମିତି

 

ଛାଇଯାଏ ବାଟ ଘାଟ,

 

ପବନ ନୁହେଁ କି

 

ବରଷା ନୁହେଁ

 

ଘେରେ ସେ ପଡ଼ିଆ ପାଟ ।

।।୨୨୬।।

 

 

ପଢ଼ୁଆ ପିଲା ଇସ୍କୁଲ ଗଲା

 

କାଗଜ ଉପରେ ଜ୍ୟାମିତି କଲା

 

ଲମ୍ବାଳିଆ ତାର ଦେହ,

 

କହ ଏବେ ମୋତେ ପଢୁଆ ପିଲା

 

ନାଆଁଟି ତାହାର କହ ।

।।୨୨୭।।

 

 

ନିର୍ଦ୍ଦିଷ୍ଟ ପଥରେ

 

ଯାଏ ସେ ଆସେ

 

ଏଠୁ ଯାଇ ସେଠୁ ଫେରେ,

 

ମଣିଷ ନୁହେଁ ସେ

 

ଅଜବ କଥା

 

ବାଟରେ ଶୁଷୁରି ମାରେ ।

।।୨୨୮।।

 

 

ପାହାର ଚୂଡ଼ାରେ

 

ଧୋବଲା ଠେକା

 

କଳା ହୋଇ କେବେ

 

ଫୋପାଡ଼େ ଟେକା ।

।।୨୨୯।।

 

 

ପାହାଡ଼ ପିନ୍ଧିଛି

 

ପଇତା ଭଉଣୀ

 

ପଇତା ଛାଡ଼ଇ ନାଦ,

 

ବଙ୍କେଇ ଲମ୍ୱିଛି

 

ଉପରୁ ତଳ

 

ଛୁଉଁଛି ପାହାଡ଼ ପାଦ ।

।।୨୩୦।।

 

 

ପାହାଡ଼ ଉପରେ

 

ହେମାଳ ଠେକା,

 

ଟାଣ ଖରାହେଲେ

 

ନଥାଏ ଦେଖା ।

।।୨୩୧।।

 

 

ଏପଟୁ ଆସିଲେ

 

ସେପଟେ ଯାଏ

 

ମଝିରେ ଦେଖାଏ ଟାଣ,

 

ବେଳ ହୋଇଗଲେ

 

ଲୁଚଇ ଆପେ

 

ପାହାଡ଼ ସେପଟେ ଜାଣ ।

।।୨୩୨।।

 

 

ପାହାଡ଼ କହଇ

 

ବିଶାଳ ମୁହିଁ

 

ପର୍ବତ କହେ ମୁଁ ବଡ଼,

 

କୁନି ପାଦିଆର

 

 

 

 

 

ବହପ ଦେଖ

 

ଫୁଟେଇ କରେ ସେ ଗାଡ଼ ।

।।୨୩୩।।

 

 

ଦୂର ପାହାଡ଼ରେ

 

କିଏ ଡାକ ଦେଲା

 

ଥରେଇ ଉଠିଲା ଦେହ,

 

ଅଜା, ଆଈ, ମାଈଁ

 

ନାହାଁନ୍ତି ସେଠି

 

ମାମୁର ନାଆଁଟି କହ ।

।।୨୩୪।।

 

 

ପାହାଡ଼ୁ ଆସିଲା

 

ଗଡ଼ି ଗଡ଼ିକା

 

ନଈରେ ପଡ଼ିଲା ଯାଇ,

 

ଗୋଟେଇ ଆଣିଲି

 

ଆଦର ପାଇ

 

ସାଇତି ରଖିଲି ନେଇ ।

।।୨୩୫।।

 

 

ସାରା ଚଉଦିଗ

 

ରହିଛି ମାଡ଼ି

 

କାହିଁ ଉଚ୍ଚ କାହିଁ ନୀଚ,

 

କାହିଁ ତା ଦେହରେ

 

ପ୍ଳାବନ ଘଟେ

 

କେଉଁଠାରେ ହୁ‌ଏ ସେଚ ।

।।୨୩୬।।

 

 

ଉପରୁ ଖସିଲେ

 

ବେଳକେ ଟାଣ

 

ବେଳକେ ତରଳ ମୁହିଁ,

 

ଉଠିବା ପାଇଁକି

 

ଅଦୃଶ୍ୟ ହୁଏ

 

ନାଆଁକେ ପାରିବ କହି ।

।।୨୩୭।।

 

 

ଏଣେ ଆଣିଲାଣି

 

ମିଠା ବାସନା ତ

 

ସେଠିକି ନେଲାଣି ଗନ୍ଧ,

 

କେତେବେଳେ ପୁଣି

 

ଡାଳ ଭାଙ୍ଗିଲାଣି

 

କାହିଁ ଚାଲେ ମନ୍ଦମନ୍ଦ ।

।।୨୩୮।।

 

 

ଆମ ଆଗେ ଅଛି

 

ଦୁଇଗୋଟି କଥା

 

ଏକୁ ଆନ ବିପରୀତ,

 

ଗୋଟିଏ ଥିବାରୁ

 

ଦେଖିପାରୁ ଆମେ

 

ଅପରଟି କିସ ମିତ ?

।।୨୩୯।।

 

 

ସିଏ ତ ଆସିଲା

 

ପୂରୁବ ଦିଗରୁ

 

ତୁ କିଆଁ ଆସିଲୁ କହ,

 

ସକାଳେ ସଞ୍ଜରେ

 

ରଙ୍ଗ ତୋ ସୁନେଲି

 

ଦିଶୁଥାଉ ଟହଟହ ।

।।୨୪୦।।

 

 

ଘାସ ଦେହେ ବସୁ

 

କଅଁଳ କୁଆଁରୀ

 

ଶୀତ କାଳେ ଦେଖା ଦେଉ,

 

ଖରା ତେଜ ଦେଖି

 

ଲୁଚିଯାଉ କିଆଁ

 

ସତରେ କେଣିକି ଯାଉ ?

।।୨୪୧।।

 

 

 

 

 

 

ଏମିତି କୋଦଣ୍ଡ

 

ନାହିଁ ତା ଶର

 

ନାହିଁ ତା’ର ଗୁଣ

 

ନାହିଁ ତୂଣୀର

 

ନାହିଁ କେ ବାଣୁଆ

 

ପାରିବ ଧରି,

 

ଭାବି ଚିନ୍ତି କହ

 

ବିଚାର କରି ।

।।୨୪୨।।

 

 

ଶିଙ୍ଗ ନାଇଁ ତାର

 

ପଞ୍ଝା ବି ନାଇଁ

 

ପ୍ରବଳ ବେଗରେ

 

ପାରଇ ଧାଇଁ

 

ଏମିତି ପ୍ରାଣୀ;

 

ପାଦ ଶବଦରୁ

 

ପାରିବ ଜାଣି ।

।।୨୪୩ ।।

 

 

ମିଟି ମିଟି କରେ

 

ପ୍ରାଣୀ ସେ ନୁହେଁ,

 

 

 

 

 

ଡେଣା ନାହିଁ ତାର

 

ଆକାଶେ ଥାଏ ।

।।୨୪୪।।

 

 

ନଖ ଅଛି ଦାନ୍ତ ଅଛି

 

ଛାଡ଼େ କାନ୍ଦ ରଡ଼ି,

 

ଗାତ ପଶା ପ୍ରାଣୀ କେତେ

 

ମାରି ଖାଏ ତଡ଼ି ।

।।୨୪୫।।

 

 

ଶିଙ୍ଗ ନାଇଁ ତାର

 

ନଖ ବି ନାଇଁ

 

ପ୍ରବଳ ଗତିରେ

 

ପାରେ ସେ ଯାଇ

 

କହିବ କିଏ;

 

ଜଣେ ଦେବତାଙ୍କ

 

ଭୂଷଣ ସିଏ ।

।।୨୪୬।।

 

 

ଆଖିରୁ ଖସାଏ

 

ଥପର ଥପ,

 

ଜଳରେ ସ୍ଥଳରେ

 

ବୁଲେରେ ବାପ ।

।।୨୪୭।।

 

 

କଣ୍ଟା କଣ୍ଟା ଖାଲି

 

ବିଷମ କଣ୍ଟା

 

ପତର ଗୋଟିଏ ନାଇଁ,

 

ମାଟି ନାହିଁ ସେଠି

 

ଫୁଟିଛି ଫୁଲ

 

କିଏ ସେ ପାରିବ କହି ?

।।୨୪୮।।

 

 

କେଉଁ ଛତା ଫିଟେ

 

ଖାଡ଼ି ନ ଥାଇ,

 

ମଣିଷ ତାହାକୁ

 

ଦିଅଇ ଖାଇ ।

।।୨୪୯।।

 

 

କଥା କହିପାରେ କଥା ସେ କହେ

 

ପତର ପରିକା ଦେହ,

 

ଏମିତି ଜନ୍ତୁ ସେ ଦୁଇ ଗୋଡ଼ିଆ

 

ନାମଟି ତାଆର କହ ।।।୨୫୦।।

 

 

 

ଘୋର ବନେ ଘର ତାର

 

ବଳେ ହୁଏ ଦାସ,

 

ମଣିଷର ବୋଲ ମାନି

 

କହିପାରେ ଭାଷ,

 

ଶରୀରଟି କଳା;

 

ସୁନା ରୁପା କାନ ତାର

 

ମିଠା ତାର ଗଳା ।

।।୨୫୧।।

 

 

କେତେବେଳେ ହସ ହସ

 

କେତେବେଳେ ଗରୁ,

 

ଆକାଶ ବିଦାରି ଆସେ

 

ଜାଳିପାରେ ତରୁ ।

।।୨୫୨।।

ନୁହଁଇ ନଡ଼ିଆ

 

ନୁହଁଇ ତାଳ,

 

ଗଳା ଚାରିପାଟେ

 

ଗିରିଡ଼ି ମାଳ ।

।।୨୫୩।।

 

 

ଘର ଭାଙ୍ଗି ଦେଇ

 

ବାହାରି ଯାଏ

 

ମଣିଷକୁ ଦେଇ ଦାନ,

 

ବସନ ପାଲଟେ

 

ତାହାରି ଘର

 

ବସ୍ତ୍ର ମଧ୍ୟେ ଗରୀୟାନ ।

।।୨୫୪।।

 

 

କଳା କଳେବର ଭାଇନା

 

ବିଲେ କରନ୍ତି ଚାଷ,

 

ଜଳେ ପଶି ପଡ଼ିରହନ୍ତି

 

ଲୋଭ କଅଁଳ ଘାସ ।

।।୨୫୫।।

 

 

ବଳୁଆ ବୋଲିକା

 

ଦେହଟି ତାର

 

ନାଆଁରେ ବି ବଳ ଯୋଡ଼ା,

 

ଧାତୁର ଦରବ

 

ଜାଣିଥା ଭାଇ

 

ନୁହଁଇ ବଳଦ, ଘୋଡ଼ା ।

।।୨୫୬।।

 

 

ପାଖୁଡ଼ା ନାହିଁ ତା

 

ସଞ୍ଜରେ ଫୁଟେ

 

ରାତି ସାରା ତାର

 

ହସ ଉକୁଟେ

 

ସକାଳ ପାଇଲେ

 

ସକଳ ତୁଟେ ।

।।୨୫୭।।

 

 

 

 

 

 

ମେସିନ୍‌ ତାହାର ଗୁଡ଼ିଆ;

 

ଛୋଟ ବଡ଼ କେତେ

 

ସ୍ୱରୂପ ତାର

 

ପିନ୍ଧେ ସିଏ ଜରି ପୁଡ଼ିଆ ।

।।୨୫୮।।

 

 

କାଗଜର ଗିନାରେ ତ

 

କେତେବେଳେ କାଠିରେ

 

ହରରଙ୍ଗୀ ରୂପ ତାର

 

ପଶେ ଆସି ପାଟିରେ

 

ଦାଣ୍ଡ, ହାଟ ଭୋଜିରେ;

 

ପିଲା, ବୁଢ଼ା ହମହମ

 

ପହଞ୍ଚନ୍ତି ଖୋଜିରେ ।

।।୨୫୯।।

 

 

ହେଇ ପକ୍ଷୀ ଦୂରେ ଯାଏ,

 

ଉଡ଼ିଯାଏ ଦେଖ

 

ନ ହଲେ ଡେଣା

 

କେବଳ ତରଳ ଖାଏ ।

।।୨୬୦।।

 

 

ଯାତରା ଗଲି

 

ବସି ପଡ଼ିଲି

 

ଟିକେଟ୍‌ ଗୋଟେ ଆଣି,

 

ଘୂରିଲା ସେଟା

 

ଉପରୁ ତଳ

 

ଚଉକି ସବୁ ଟାଣି ।

।।୨୬୧।।

 

 

ଗାର ପକା ପଟି

 

କୁଆଡ଼େ ଗଲା,

 

ଜ୍ୟାମିତି କେମିତି

 

କରିବି ଭଲା ?

।।୨୬୨।।

 

 

ବୁଢ଼ା ପିଏ

 

ବୁଢ଼ୀ ପିଏ

 

ଧରି ତାର କାନ,

 

ସାନ ପିଲା

 

ମାଗିଦେଲେ

 

ଘରେ ଉଠେ ତାନ ।

।।୨୬୩।।

 

 

ଡେଣା ଅଛି ତାର

 

ଜଳରେ ଖେଳେ,

 

ଆଖି ଖୋଲା ଥାଏ

 

ପହଁରା ବେଳେ

 

କହ ସେ କିଏ;

 

ସ୍ଥଳକୁ ଆସିଲେ

 

ଜୀବନ ଯାଏ ।

।।୨୬୪।।

 

 

କାଉ ନୁହେଁ ପାରା ନୁହଁ

 

ନୁହେଁ ଘରଚଟିଆ,

 

ଘରସାରା ଉଡ଼ିବୁଲେ

 

ରୂପ ତାର ଘଟିଆ,

 

ଛଅଗୋଡ଼ ତାହାର;

 

ଶୁଣ୍ଢ ମାରି ପଚାଶଢ଼ା

 

ନିତି କରେ ଆହାର ।

।।୨୬୫।।

 

 

କୁଆଡ଼ୁ ଆସେ

 

ଦେହରେ ବସେ,

 

ବଡ଼ ଛଟକରେ

 

ରକତ ଶୋଷେ ।

।।୨୬୬॥

 

 

ଗୋଡ଼ ନାଇଁ ତାର

 

ମାଟିରେ ଚାଲେ,

 

ଦରକାର ବେଳେ

 

ଗଛରେ ଝୁଲେ ।

।।୨୬୭।।

 

 

ପଙ୍କରୁ ଜନମ ନିଏ

 

ନୁହେଁ ସିଏ ପଦୁଅଁ,

 

ନାଲି, ନେଳି, ଧଳାରଙ୍ଗ

 

ମିତ ତାର ଭୋଦୁଅ ।

।।୨୬୮।।

 

 

କଳା ରଙ୍ଗ ସିନା

 

କୋଇଲି ନୁହେଁ

 

ଲମ୍ବାଲାଞ୍ଜ ତାର

 

କହ ସେ କିଏ ?

।।୨୬୯।।

 

 

ପାଖୁଡ଼ା ପାଖୁଡ଼ା

 

କେତେ ପାଖୁଡ଼ା

 

ଧଳା ମଖମଲି ଦେହ,

 

ବୁଦିବୁଦିକିଆ

 

ଗଛରେ ଫୁଟେ

 

ଚଇତରେ ମହମହ ।

।।୨୭୦।।

 

 

 

 

 

 

ପଙ୍କରେ ରହେ ସେ

 

ପାଣିରେ ଖେଳେ

 

କଣ୍ଟା ସାଲୁବାଲୁ ଦେହ,

 

ବଡ଼ ରକତିଆ

 

ମଧୁର ମାଛ

 

ନାଆଁଟି ତାଆର କହ ।

।।୨୭୧।।

 

 

ଏମିତି ମାଛ;

 

ଗୋଡ଼ ଅଛି ତାର

 

ନାଆଁଟି ବାଛ ।

।।୨୭୨।।

 

 

ଯୋଡ଼ି ବଣି ପରି

 

ହଳି ହଳିକା

 

ପହଁରି ଖେଳନ୍ତି ଭାଇ,

 

ଦେଖିବାକୁ ବଡ଼

 

କୌତୁକ ଲାଗେ

 

ମାଛ ନାଆଁ ଦିଅ କହି ।

।।୨୭୩।।

 

 

ପିତା ଯେ ପିତା

 

ଭାଆରି ପିତା

 

ଦେହ ରୁପା-ଚକଚକ,

 

ବଡ଼ ଫରଫର

 

ବକଟେ ମାଛ

 

ଡେଉଁଥାଏ ଫକଫକ ।

।।୨୭୪।।

 

 

ସାପ ପରି ଲମ୍ବା ଦେହ

 

ମାଛ ମୁହଁ ମୁନିଆ,

 

ପକ୍ଷ ନାହିଁ ପଙ୍କେ ଲୁଚେ

 

ନାଆଁ କହ ସନିଆ ।

।।୨୭୫।।

 

 

ଏଡେ ଏଡ଼େ ନିଶ

 

ବିଶାଳ ପାଟି,

 

ନଈରେ ଚମକେ

 

ସୁଅକୁ କାଟି

 

ଦେହେ ନାଇଁ କାତି ଫାତି;

 

ରୁପା-ଧଳା ଦେହ

 

ପାତୁଆ ମୁହଁ

 

କହ କେଉଁମାଛ ଜାତି ?

।।୨୭୬।।

 

 

 

 

 

 

ଅଳପ ପାଣିରେ

 

ପହଁରୁଥାଏ,

 

ବଡ଼ ଚଙ୍ଗଚଙ୍ଗ

 

କାକରେ ଡିଏଁ,

 

ଗଡ଼ିଶା ପରିକା ଦିଶେ;

 

ଲାଳୁଆ ଦେହଟା

 

ଭାରି ଖସଡ଼ା

 

ସହଜେ ହାତରୁ ଖସେ ।

।।୨୭୭।।

 

 

ଓସାର ଧଡ଼ି,

 

ଗୋଡ଼ଠାରୁ ମୁଣ୍ଡ

 

ରହେ ସେ ଜଡ଼ି ।

।।୨୭୮।।

 

 

ଅଣ ଓସାରିଆ ଦରବ,

 

ପିନ୍ଧାପିନ୍ଧିଠାରୁ

 

ପୋଛାପୋଛି ସେ

 

କରିଥାଏ କାମ ସରବ ।

।।୨୭୯।।

 

 

ସରୁ ଧଡ଼ି ଦେହେ ଧରି,

 

ପୁରୁଷ ଲୋକର

 

ଅଣ୍ଟାରୁ ଗୋଡ଼

 

ପୂରା ରହିଥାଏ ଘେରି ।

।।୨୮୦।।

 

ଉତ୍ତରମାଳା

 

ମାନଚିତ୍ର

ଜୁଳୁଜୁଳିଆ ପୋକ

ଚୁଲି

ଘଡ଼ି

ଜଲବି

ଗଙ୍ଗଶିଉଳି/ଶେଫାଳି

ରସୁଣ

ଚା କପ୍‌

ଚନ୍ଦ୍ର

୧୦

ଢିଙ୍କି

୧୧

ପେନ୍‌ସିଲ୍‌

୧୨

ଅଠା

୧୩

ପାଣିଫୋଟକା

୧୪

ଲୁଣ

୧୫

ରୁମାଲ

୧୬

ପ୍ରଜାପତି

୧୭

ମୋବାଇଲ୍‌ ଫୋନ୍‌

୧୮

ଜହ୍ନ

୧୯

ରେଳଗାଡ଼ି

୨୦

ଫାଟକ

୨୧

ଟ୍ରାକ୍ଟର

୨୨

ଚିଠିବାକ୍ସ

୨୩

ଚଉକି

୨୪

ପାଣିଟାଙ୍କି

୨୫

ଧୂପବତି

୨୬

ଗଞ୍ଜା-କୁକୁଡ଼ା

୨୭

କତୁରି

୨୮

ବାସନ କୁସନ

୨୯

ନଈବଢ଼ି

୩୦

ଡଙ୍ଗା ବା ନଉକା

୩୧

ଆହୁଲା

୩୨

ଗାମୁଛା

୩୩

ବିଦ୍ୟୁତ୍‌ ତାର

୩୪

ପେଟ୍ରୋଲ

୩୫

କ୍ରିକେଟ୍‌ ଖେଳ

୩୬

ପାଣି

୩୭

ପବନ

୩୮

ମାଟି

୩୯

ଅକାଶ

୪୦

ଆଲୁଅ-ଅନ୍ଧାର

୪୧

କାକର

୪୨

କୁହୁଡ଼ି

୪୩

ମୋବାଇଲ୍‌ ଫୋନ୍‌

୪୪

ଟିଭି

୪୫

ଲ୍ୟାପ୍‌ଟପ୍‌-କମ୍ପ୍ୟୁଟର

୪୬

ଗ୍ରାଇଣ୍ଡର

୪୭

ଫ୍ରିଜ୍‌

୪୮

ୱାସିଂ ମେସିନ୍‌

୪୯

ଏୟାର କଣ୍ଡିସନର୍‌

୫୦

ନିଶଦାଢ଼ି

୫୧

ସୂର୍ଯ୍ୟ

୫୨

ପଗଡ଼ି ବା ଟୋପି

୫୩

ସାଧବାଣୀ ପୋକ

୫୪

ଚିଙ୍ଗୁଡ଼ିମାଛ

୫୫

ପଣସ

୫୬

ଆମ୍ବ

୫୭

ଖବରକାଗଜ

୫୮

ମୋବାଇଲ ଫୋନ୍‌

୫୯

ରକ୍ତ

୬୦

ଓଡ଼ଶ

୬୧

ଆକାଶ

୬୨

ବେଲ

୬୩

ଡେଙ୍ଗୁ ମଶା (ଏଡିସ୍‌ ମଶା)

୬୪

ମହୁ

୬୫

ଛତା

୬୬

ସଜନା

୬୭

ଭେଣ୍ଡି

୬୮

ଜହ୍ନି

୬୯

ମଣିଷ ପାଟି

୭୦

କ୍ଷୀର

୭୧

ଆଖୁ

୭୨

ପେନ୍‌ସିଲ୍‌

୭୩

ସୂର୍ଯ୍ୟ

୭୪

କଥା

୭୫

ଖୁରା ନାଲର କଣ୍ଟା

୭୬

କଫିନ୍‌ ଭିତରେ ଶବ

୭୭

ପାଦ ଚିହ୍ନ

୭୮

ନିଜ ପୁଅ

୭୯

ଫିତାଲଗା ଜୋତା

୮୦

ବକ୍କଳ

୮୧

ଧୂଆଁ

୮୨

ଗାଡ଼ିରଶବ୍ଦ

୮୩

କରତଗୁଣ୍ଡ

୮୪

ନୀରବତା

୮୫

ଗାତ ବା କଣା

୮୬

ଆଖି

୮୭

ସ୍ପଞ୍ଜ୍‌‌

୮୮

ତାତିଲା ଲୁହା

୮୯

ଗେଣ୍ଡା

୯୦

ପ୍ରତିଧ୍ଵନି

୯୧

ପାଣି

୯୨

ଦିଆସିଲି

୯୩

କିଲୋଗ୍ରାମ

୯୪

ବିବାହବେଳେ

୯୫

ଢୋଲ ଭଳି ସମସ୍ତ ବାଦ୍ୟଯନ୍ତ୍ର

୯୬

ଜିଭ

୯୭

ଶିଶୁ ବା ରୋଗୀ

୯୮

ମାଡ଼ ବା ଗାଳି

୯୯

ଝୁଣା

୧୦୦

କଲରା

୧୦୧

ଗୋବର

୧୦୨

ମେଘ

୧୦୩

ତୁଳସୀ ଚଉରା

୧୦୪

ଘଣ୍ଟି

୧୦୫

ଚକୁଳି ପିଠା

୧୦୬

ସୂର୍ଯ୍ୟ

୧୦୭

ପୂର୍ଣ୍ଣିମାଜହ୍ନ‌

୧୦୮

କୁଆପଥର

୧୦୯

ଚଡ଼ଚଡ଼ି

୧୧୦

କାକର

୧୧୧

ମେଘ

୧୧୨

ଇନ୍ଦ୍ରଧନୁ

୧୧୩

ତାରା

୧୧୪

ଶିଳ

୧୧୫

ଘୋରଣା

୧୧୬

ନୋଳ

୧୧୭

କୁଲା

୧୧୮

ଢିଙ୍କି

୧୧୯

ଚାଲୁଣୀ

୧୨୦

ଜାଲିଚଟୁ

୧୨୧

ସଣ୍ଢୁଆଶି

୧୨୨

କାଶତଣ୍ଡୀ

୧୨୩,

ହୃତ୍‌ପିଣ୍ଡ

୧୨୪

ଅଳଙ୍କାର ଲାଗି ଦେହ ଫୋଡ଼ାଇବା

୧୨୫

ଶିଳ ଓ ଶିଳପୁତା

୧୨୬

ଅତର

୧୨୭

ହଳଦୀ ଲଗା ରଙ୍ଗ

୧୨୮

ପାରା

୧୨୯

ନାଲି ଗୋଲାପ

୧୩୦

ଧଳା ଗୋଲାପ

୧୩୧

ବନ୍‌ଶୀ କଣ୍ଟାରେ ମାଛ

୧୩୨

ସୂର୍ଯ୍ୟ

୧୩୩

ଜିଭ

୧୩୪

ଜିଆ

୧୩୫

ଚୁଲି

୧୩୬

ଲୁଣ

୧୩୭

ଲୁଣ୍ଡାକନା

୧୩୮

ଝାଡୁ ବା ଛାଞ୍ଚୁଣୀ

୧୩୯

ନଡ଼ିଆ

୧୪୦

ଜହ୍ନ

୧୪୧

ଢୋଲ

୧୪୨

ବାଇଚଢ଼େଇ ବସା

୧୪୩

ଘୋରଣା

୧୪୪

ଏଣ୍ଡିପୋକ ଖୋସା

୧୪୫

ମକା

୧୪୬

ବିଜୁଳି

୧୪୭

ସ୍କୁଲ ବ୍ୟାଗ୍‌

୧୪୮

ଦାନ୍ତକାଠି

୧୪୯

ନଡ଼ିଆ

୧୫୦

ଉକୁଣି

୧୫୧

କୁମ୍ଭାର ଚକ

୧୫୨

ଚଉକି

୧୫୩

ଦୁବ

୧୫୪

ଖଟ

୧୫୫

ଦୀପ

୧୫୬

ଚୁଲି

୧୫୭

ଆଖି

୧୫୮

ଧନୁ, ତୀର ଓ ଶର

୧୫୯

ତାଳସଜ

୧୬୦

ପାନ

୧୬୧

ମଲ୍ଲୀ

୧୬୨

ବେଲ

୧୬୩

ଅଂଶୁଘାତ

୧୬୪

ଛତା

୧୬୫

ମହୁ

୧୬୬

ଢେଉ

୧୬୭

କିଆ/କେତକୀ

୧୬୮

ଗୁଡ଼କଙ୍କ

୧୬୯

ମୁଢ଼ି

୧୭୦

ବାଘୁଣୀ

୧୭୧

ବେଳାଭୂମି

୧୭୨

ଡଙ୍ଗା

୧୭୩

ରୁଟି

୧୭୪

ମୁଢ଼ି

୧୭୫

ପରଟା

୧୭୬

ଡାଲି

୧୭୭

ପଖାଳ

୧୭୮

ଭାତ

୧୭୯

ଖଇ

୧୮୦

ହାତ ପାପୁଲି

୧୮୧

ଗୁଆକାତି

୧୮୨

ସ୍ଵପ୍ନ

୧୮୩

ଛତା

୧୮୪

ଶଙ୍ଖ

୧୮୫

ସୂର୍ଯ୍ୟ

୧୮୬

ଘୁଷୁରି

୧୮୭

କୋଇଲି

୧୮୮

ବାଇ ଚଢ଼େଇ

୧୮୯

ଘରଚଟିଆ

୧୯୦

କାଉ

୧୯୧

ବଗ

୧୯୨

ବଣି

୧୯୩

ପାରା

୧୯୪

ପାନିଆ

୧୯୫

ତାରା

୧୯୬

ବେଲ୍‍ଟ

୧୯୭

ଘଡ଼ି

୧୯୮

ଜହ୍ନ

୧୯୯

ଲଙ୍କା ମରିଚ

୨୦୦

ନଦୀ

୨୦୧

ଉଇ

୨୦୨

କବାଟ

୨୦୩

ଗୋଲାପ ଜାମୁ

୨୦୪

ହାତ ଘଡ଼ି

୨୦୫

ଦାନ୍ତକାଠି

୨୦୬

ଖଲି ପତର

୨୦୭

କ୍ଷୀର

୨୦୮

ଦାନ୍ତ

୨୦୯

ଟୁଥପେଷ୍ଟ

୨୧୦

ଜିଭ ଛେଲା

୨୧୧

ଟୁଥ୍‌ବ୍ରସ୍‌ ବା ଦାନ୍ତକାଠି

୨୧୨

ଦାନ୍ତଖୁଣ୍ଟା

୨୧୩

ନକଲି ଦାନ୍ତ

୨୧୪

ଜିଭ

୨୧୫

ଅମୃତଭଣ୍ଡା ଗଛ

୨୧୬

କଦଳୀ ଗଛ

୨୧୭

ପାତିମାଙ୍କଡ଼

୨୧୮

ଲୁହ

୨୧୯

ପଣସ

୨୨୦

ଉହ୍ମେଇ

୨୨୧

ଢିଙ୍କି

୨୨୨

ବିଦ୍ୟୁତ୍‌ ତାର

୨୨୩

ସାବୁନ୍‌

୨୨୪

ଜହ୍ନ

୨୨୫

କଇଁଚି

୨୨୬

କୁହୁଡ଼ି

୨୨୭

ସ୍କେଲ୍‌

୨୨୮

ରେଳଗାଡ଼ି

୨୨୯

ମେଘ

୨୩୦

ଝରଣା

୨୩୧

ବରଫ

୨୩୨

ସୂର୍ଯ୍ୟ

୨୩୩

ମୂଷା

୨୩୪

ବାଘ

୨୩୫

ବାଲିଗରଡ଼ା

୨୩୬

ମାଟି

୨୩୭

ପାଣି

୨୩୮

ପବନ

୨୩୯

ଅନ୍ଧାର

୨୪୦

ଖରା

୨୪୧

କାକର

୨୪୨

ଇନ୍ଦ୍ରଧନୁ

୨୪୩

ଘୋଡ଼ା

୨୪୪

ତାରା

୨୪୫

ବିରାଡ଼ି

୨୪୬

ସାପ

୨୪୭

କୁମ୍ଭୀର

୨୪୮

କାକଟସ୍‌ ବା ସିଜୁ

୨୪୯

ଛତୁ

୨୫୦

ଶୁଆ

୨୫୧

ଶାରି

୨୫୨

ବିଜୁଳି

୨୫୩

ଗୁଆଗଛ

୨୫୪

ଏଣ୍ଡିପୋକ

୨୫୫

ଅଣ୍ଢିରା ମଇଁଷି ବା ପୋଢ଼

୨୫୬

ଶାବଳ

୨୫୭

ତାରା

୨୫୮

ଚକୋଲେଟ୍‌

୨୫୯

ଆଇସ୍କ୍ରିମ୍‌

୨୬୦

ଏରୋପ୍ଲେନ୍‌ ବା ରକେଟ୍‌

୨୬୧

ମେରି-ଗୋ-ରାଉଣ୍ଡ (ରାଦୋଳି)

୨୬୨

ଇଞ୍ଚପଟା

୨୬୩

ଚାକପ୍‌

୨୬୪

ମାଛ

୨୬୫

ମାଛି

୨୬୬

ମଶା

୨୬୭

ସାପ

୨୬୮

କଇଁଫୁଲ

୨୬୯

କଜଳପାତି

୨୭୦

ମଲ୍ଲୀଫୁଲ

୨୭୧

କଉ

୨୭୨

ଚିଙ୍ଗୁଡ଼ି

୨୭୩

କିଆକେରେଣ୍ଡାମାଛ

୨୭୪

କେରାଣ୍ଡି

୨୭୫

ତୋଡ଼ି

୨୭୬

ବାଳିଆ

୨୭୭

ଚେଙ୍ଗମାଛ

୨୭୮

ଶାଢ଼ି

୨୭୯

ଗାମୁଛା

୨୮୦

ଧୋତି

Image